Only for Entertainment

ଦବଙ୍ଗ୩’ରେ ସଲମାନ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ମହେଶ ମାଂଜରେକରଙ୍କ ଝିଅ ସହ ମଧ୍ୟ କରିବେ ରୋମାନ୍ସ !

28

ବଲିଉଡ ଅଭିନେତା ସଲୁ ମିଆଁଙ୍କ ଫିଲ୍ମ ଭାରତ ନିକଟରେ ରିଳିଜ ହୋଇଥିଲା । ଯାହା ବକ୍ସଅଫିସରେ ସଫଳତା ହାସିଲ କରିପାରିଥିଲା । ଭାରତ ପରେ ସେ ଏବେ ନିଜର ମଚଆୱେଟେଡ ଫିଲ୍ମ ‘ଦବଙ୍ଗ୩’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସଲମାନ ଆଜିକାଲି ଏହି ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମକୁ ନେଇ ଏକ ଖାସ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଏହି ଫିଲ୍ମରେ ସଲମାନ ଖାନ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ବଲିଉଡ ଫେମ ମହେଶ ମାଂଜରେକରଙ୍କ ଝିଅ ସଈ’ଙ୍କ ସହ ରୋମାନ୍ସ କରିବେ ।

 

View this post on Instagram

 

Chulbul is back….. #Dabangg3 @aslisona @arbaazkhanofficial @nikhildwivedi25 @prabhudheva @skfilmsofficial

A post shared by Salman Khan (@beingsalmankhan) on

ଏକ ରିପୋର୍ଟ ମୁତାବକ , ସଈଙ୍କୁ ସଲମାନଙ୍କ ଲଭ ଇଂଟରେଷ୍ଟ ରୁପରେ ଦେଖାଯିବ ଏବଂ ତାଙ୍କ ଭୂମିକା ଅତୀତ ଷ୍ଟୋରୀ ଠାରୁ ଅଧିକ ରହିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଲମ୍ବା ସମୟ ଧରି ଚର୍ଚ୍ଚା ରହିଥିଲା ଯେ ମହେଶଙ୍କ ଝିଅ ସଈଙ୍କୁ ସଲମାନ ବଲିଉଡରେ ଏଂଟ୍ରି କରାଇବେ । କିନ୍ତୁ ସେ କେଉଁ ଫିଲ୍ମରେ ଏଂଟ୍ରି କରାଇବେ ତାହାର ଖୁଲାସା ହୋଇ ନଥିଲା । କିନ୍ତୁ ଏବେ ଏବେ ଖବର ସାମ୍ନାକୁ ଆସିଛି ଯେ ସଲମାନଙ୍କ ‘ଦବଙ୍ଗ୩’ରେ ବଲିଉଡରେ ଡେବ୍ୟୁ କରିବେ । ଯଦି ଏହି ଖବର ସତ, ତେବେ ଖୁବ ମଜାଦାର ଟ୍ୱିଷ୍ଟ ଦେଖିବାକୁ ମିଳିବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମ ଦବଙ୍ଗ ଫିଲ୍ମ ତୃତୀୟ ସିରିଜ । ଫିଲ୍ମ ଚଳିତ ବର୍ଷ ଡିସେମ୍ବର ୨୦ରେ ରିଲିଜ ହେବ । ଏହି ଫିଲ୍ମରେ ସଲମାନଙ୍କ ପୂର୍ବ କାହାଣୀ ୨୦ବର୍ଷର ବ୍ୟକ୍ତି ରୁପେ ଦର୍ଶାଯାଇଛି । ଫିଲ୍ମରେ ଏହା ଦେଖିବାକୁ ମିଳିବ ଯେ ସେ କିଭଳି ଜଣେ ସଫଳ ଅଫିସର ହୋଇପାରିଛନ୍ତି । ଏହିକାରଣରୁ ଦେଖିବାକୁ ମିଳିବ ସଲମାନ ଏବଂ ସଈଙ୍କ ପ୍ରେମ କାହାଣୀ । ଏଭଳି ଶୁଣିବାକୁ ମିଳିଛି ଯେ ଫିଲ୍ମରେ ଦୁହିଁଙ୍କୁ ନେଇ ଏକ ଗୀତ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More