Only for Entertainment

ଏହି ବ୍ଲକବଷ୍ଟର ନିର୍ଦ୍ଦେଶକଙ୍କ ସହିତ ପୁଣିଥରେ ହାତ ମିଳାଇବେ ସଲମାନ ଖାନ , ଖୁସିରେ ଉଛୁଳି ଉଠିବେ ‘ଭାଇଜାନ’ଙ୍କ ଫ୍ୟାନ୍ସ

Deccan Chronicle
42

ବଲିଉଡ ସୁପରଷ୍ଟାର ସଲମାନ ଖାନ େବେ ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ । ସଲମାନଙ୍କ ନେଇ ଏବେ ଏପରି ଏକ ଖବର ଶୁଣିବାକୁ ମିଳିଛି ଯାହାକୁ ଶୁଣିଲେ ତାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିବେ । ଖବର ଅନୁସାରେ ‘ଭାରତ’ର ସୁଟିଂ ପରେ ସଲମାନ ଖାନ ପଣିଥରେ ନିଜ ପ୍ରିୟ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ସହିତ ଫିଲ୍ମ ପାଇଁ ହାତ ମିଳାଇବେ ।

salman-and-sooraj_

ସୂରଜ ବଡଜାତ୍ୟାଙ୍କ ସହିତ ମେନେ ପ୍ୟାର କିୟା, ହମ ଆପକେ ହେ କୌନ, ହମ ସାଥ ସାଥ ହେ ଏବଂ ପ୍ରେମ ରତନ ଧନ ପାୟୋ ପରି ଆଇକନିକ ବକ୍ଲବଷ୍ଟର ଫିଲ୍ମ ଦେଇଥିବା ସଲମାନ ଖାନ ପୁଣଥରେ ତାଙ୍କ ଫିଲ୍ମରେ ନଜର ଆସିବେ । ଏହା ଏକ ଆକ୍ସନ ଡ୍ରାମା ଫିଲ୍ନ ହେବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । କିନ୍ତୁ ନିର୍ଦ୍ଦେଶକ ସୂରଜ ବଡଜାତ୍ୟା ଖୋଲା ଖୋଲି ଭାବେ ଏହି ବିଷୟରେ କହିଛନ୍ତି ।

ନିର୍ଦ୍ଦେଶକ ସୂରଜ ବଡଜାତ୍ୟା କହିଛନ୍ତି ଯେ, ସେ ସଲମାନଙ୍କ ସହିତ ପୁଣିଥରେ ଫିଲ୍ମ କରିବାକୁ ଯାଉଛନ୍ତି କିନ୍ତୁ ଏହା ଆକ୍ସନ ନୁହେଁ ବରଂ ରାଜଶ୍ରୀ ଫିଲ୍ମର ପୂର୍ବ ଫିଲ୍ମ ଗୁଡିକ ପରି ହେବ । ଅର୍ଥାତ ଏହା ଏକ ପାରିବାରିକ ଫିଲ୍ମ ହେବ । ସେ କହିଥିଲେ ଆମର ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମରେ ମଧ୍ୟ ଇମେଶନ, ଡ୍ରାମା ଏବଂ ବହୁତ ଗୁଡିଏ ସଙ୍ଗୀତ ରହିବ । ଏହା ଏକ ସନ୍ତୋଷଜନକ ଫିଲ୍ମ ହେବ । ସୂରଜ ଏହା ମଧ୍ୟ କହିଛନ୍ତି ଯେ ସେ ଏବେ ସାନ ପୁଇ ଅବିନାଶର କ୍ୟାରରକୁ ନେଇ ବ୍ୟସ୍ତ ଅଛନ୍ତି କାରଣ ସେ ଖୁବ ଶୀଘ୍ର ନିର୍ଦ୍ଦେଶନାରେ ପାଦ ଦେବେ । କିନ୍ତୁ ସଲମାନ ଖାନ ପ୍ରତିଶ୍ରୃତି ଦେଇଛନ୍ତି ଯେ ଭଲ ସ୍କ୍ରିପ୍ଟ ପ୍ରସ୍ତୁତି ହେବା ପରେ ସେ ନିର୍ଦ୍ଦେଶକ ସୂରଜଙ୍କ ସହିତ କାମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More