Only for Entertainment

କିଏ ଏହି ବ୍ୟକ୍ତି ? ଯାହାକୁ ସଲମାନ ଆଜି କରିବେ ଲଂଚ

aajtak
0 67

ସଲମାନ ଖାନ ବଲିଉଡରେ ଅନେକ ନୂଆ ଚେହେରାଙ୍କୁ ଲଂଚ କରିଛନ୍ତି । ନିକଟରେ ସଲମାନ ଆଉ ଜଣେ ନୂଆ ଚେହେରାକୁ ଲଂଚ କରିବା ପାଇଁ କହିଛନ୍ତି । ତେବେ ସଲମାନ କାହାକୁ ଲଂଚ କରିବେ ତାହାର ଖୁଲାସା ଆଜି ହେବ ।

ସଲମାନ ଏକ ଛୋଟ ଛୁଆ ସହିତ ନିଜର ଏକ ପୁରୁଣା ଫଟୋ ୩୦ ମଇରେ ଟୁଇଟ କରି ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି, ‘କାଲି ଦେଖିବେ ଏହି ଛୁଆ ଆଜି କିପରି ଦେଖାଯାଉଛି ।’ ଖବର ଅନୁସାରେ ସଲମାନ ଯେଉଁ ଚେହେରାକୁ ଲଂଚ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ଜହୀର ଇକବାଲ । ସଲମାନ ଲମ୍ବା ସମୟରୁ ତାଙ୍କୁ ମନିଟର କରୁଛନ୍ତି ।


ସଲମାନ ଅନେକ ସମୟରୁ ଜହୀରଙ୍କୁ ଲଂଚ କରିବା ପାଇଁ ପ୍ରୟାସ କରୁଥିଲେ । କିଛି ଦିନ ପୂର୍ବେ ରିପୋର୍ଟ ଆସିଥିଲା ଯେ ସଲମାନ ଜହୀରଙ୍କୁ ନେଇ ଏକ ଫିଲ୍ମ ପ୍ରଡ୍ୟୁସ କରିବେ । ସଲମାନ ଫିଲ୍ମର କୋ-ପ୍ରଡ୍ୟୁସର ରହିବେ ।

zaheer

ଏବେ ଦେଖିବାକୁ ବାକି ରହିଲା ସଲମାନ ଜହୀରଙ୍କୁ ନେଇ କ’ଣ ଘୋଷଣା କରୁଛନ୍ତି । ସଲମାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ରେସ-୩’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ତୃତୀୟ ଗୀତର ଟ୍ରିଜର ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More