Only for Entertainment

ଲଭୟାତ୍ରୀ ପରେ ଭିଣୋଇ ଆୟୁଷ ଶର୍ମାଙ୍କ ଦ୍ୱିତୀୟ ଫିଲ୍ମକୁ ମଧ୍ୟ ପ୍ରଡ୍ୟୁସ କରିବେ ସଲମାନ ।

zee news
25

ବଲିଉଡରେ ସଲମାନ ଖାନଙ୍କୁ ଗଡଫାଦର ରୂପରେ ସମସ୍ତେ ଜାଣିଥାନ୍ତି । ସେ ଅନେକ କଳାକରଙ୍କୁ ଫିଲ୍ମରେ ବ୍ରେକ ଦେଇଛନ୍ତି । ସେ ନିଜ ଭିଣୋଇ ଆୟୁଷଙ୍କୁ ମଧ୍ୟ ବଲିଉଡରେ ବ୍ରେକ ଦେଇଥିଲେ । ଆୟୁଷ ଶର୍ମା ଫିଲ୍ମ ଲଭୟାତ୍ରୀ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ମାତ୍ର ଏହା ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ । କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି ଯେ, ଆୟୁଷଙ୍କ ଦ୍ୱିତୀୟ ଫିଲ୍ମର ନିର୍ମାଣ ଆରମ୍ଭ ହୋଇଗଲାଣି ଏବଂ ପୂର୍ବ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ସଲମାନ ଖାନ ପ୍ରଡ୍ୟୁସ କରିବେ ।

ଖବର ଅନୁସାରେ ସଲମାନ ଖାନ ଲଭୟାତ୍ରୀ ଦେଖିବା ପରେ ତାଙ୍କୁ ଆୟୁଷଙ୍କ ପଫମାନ୍ସ ଏବଂ ସ୍କ୍ରିନରେ ତାଙ୍କର ଉପସ୍ଥିତି ଭଲ ଲାଗିଥିଲା । ଏହା ପରେ ସେ ଆୟୁଷଙ୍କ ପାଇଁ ନୂଆ ସ୍କ୍ରିପ୍ଟ ଖୋଜିବାରେ ଲାଗିପଡିଥିଲେ । ଶେଷରେ ସଲମାନଙ୍କୁ ଏକ ନୂଆ ସ୍କ୍ରିପ୍ଟ ପସନ୍ଦ ଆସିଯାଇଛି । ଏହି ଫିଲ୍ମ ଯୁବ ପିଢିଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି ।

ଆୟୁଷଙ୍କ ଏହି ଫିଲ୍ମ ଆକ୍ସନ ଫିଲ୍ମ ହେବ । ଫିଲ୍ମ ବିଷୟରେ ଏବେ ବିଶେଷ କିଛି ଜଣାପଡିନାହିଁ । ପ୍ରଥମ ଫିଲ୍ମରେ ଆୟୁଷଙ୍କୁ ଦର୍ଶକ ରୋମାଣ୍ଟିକ ବୟ ଭୂମିକାରେ ଦେଖିବାକୁ ପାଇଥିଲେ ଏବେ ତାଙ୍କୁ ଆକ୍ସନ ସିନରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More