Only for Entertainment

ସଲମାନ ଲଗାଇଲେ ଘୋଡା ସହ ରେସ, ତାପରେ ଦେଖନ୍ତୁ !

32

ସୁପରଷ୍ଟାର ସଲମାନ ଖାନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ବିଗତ ଦିନରେ ସେ ଟ୍ୱିଟରରେ ଏବଂ ଇନଷ୍ଟାଗ୍ରାମରେ ଫିଟନେସ ଭିଡିଓ ଶେୟାର କରୁଛନ୍ତି । ଏହି ଭିଡିଓ ସବୁକୁ ଦେଖି ଜଣାପଡୁଛି ଯେ ୫୩ବର୍ଷର ସଲୁ ମିଆଁ କେତେ ଫିଟ ଏବଂ ସବୁ ପ୍ରକାର ଏଳ୍ସରସାଇଜ ସହଜରେ କରିପାରୁଛନ୍ତି ।

ଏହାପରେ ବ୍ୟାକଫ୍ଲିପ ଏବଂ ଡାଇବିଂର ଭିଡିଓ ମଧ୍ୟ ପକାଇ ସାରିଲେଣି । ନିକଟରେ ସେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ଘୋଡା ସହ ରେସ କରୁଛନ୍ତି ।

ଯଦି ଆପଣ ଭାବୁଛନ୍ତି ଅଚାନକ ସଲମାନ ଏତେ ଏଳ୍ସରସାଇଜ କାହିଁକି କରୁଛନ୍ତି , ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଅପକମିଂ ଫିଲ୍ମ ଦବଙ୍ଗ୩ ପାଇଁ ସଲମାନ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଏହି ଫିଟନେସ ଭିଡିଓ ତାଙ୍କ ସିଡ୍ୟୁଲର ଏକ ଅଂଶ । ରିପୋର୍ଟ ମୁତାବକ ଫିଲ୍ମରେ କିଛି ଭାଗରେ ସେ ଏଭଳି ମଣିଷ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଲମାନ ଖାନ, ସୋନାକ୍ଷୀ ସିହ୍ନା ଏବଂ ଅରବାଜ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୨୦ଡିସେମ୍ବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More