Only for Entertainment

ବାପା ସଲିମଙ୍କ ସହିତ ସଲମାନଙ୍କ ଖାସ ବଣ୍ଡିଂ, ବାପ-ପୁଅ ମିଶି ଗୀତ ଗାଇଲେ ।

35

ବଲିଉଡ ଆକ୍ଟର ସଲମାନ ଖାନ ତାଙ୍କ ପରିବାରକୁ ଅଧିକ ସମୟ ଦିଅନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ସେ ତାଙ୍କ ଫ୍ୟାନ୍ସ ଏବଂ ବନ୍ଧୁ ମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଭିଡ଼ିଓ ମଧ୍ୟ ଶେୟାର କରନ୍ତି ।

ମଙ୍ଗଳବାର ରାତିରେ ସଲମାନ ତାଙ୍କ ବାପା ସଲିମ ଖାନଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସଲିମ ସୁହାନି ରାତ ଢଲ ଚୁକି, ନା ଜାନେ ତୁମ କମ ଆଓଗେ ଗୀତ ଗାଉଥିବାର ନଜର ଆସିଛନ୍ତି । ସଲମାନ ନିକଟରେ ବସି ଗୁଣୁଗୁଣୁ ହେଉଥିବାର ନଜର ଆସିଛନ୍ତି । ଭିଡ଼ିଓରେ ତାଙ୍କ ସହିତ ସିଙ୍ଗର ଏବଂ ମ୍ୟୁଜିସିଆନ କମାଲ ଖାନ ମଦ୍ୟ ନଜର ଆସିଛନ୍ତି ।

 

 

View this post on Instagram

 

‪The Sultan, Tiger, Bharat of our family . . Singing ‬

A post shared by Salman Khan (@beingsalmankhan) on

ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ଭିଡ଼ିଓ ଶେୟାର କରି କ୍ୟାପ୍ସନରେ ସଲମାନ ଲେଖବଛନ୍ତି, ଆମ ଘରର ସୁଲତାନ ଟାଇଗର ଏବଂ ଭାରତ ଗାଉଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଦେଖି ସାରିଲେଣି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସଲମାନ ଏବେ ଦବଙ୍ଗ ଥ୍ରି ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରଭୁ ଦେବା । ଏହି ବର୍ଷ ୨୦ ଡିସେମ୍ବରକୁ ଫିଲ୍ମ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More