Only for Entertainment

ଏହି ଫିଲ୍ମରେ ଦେଖିବାକୁ ମିଳିବ ସଲମାନ, ପ୍ରିୟଙ୍କା ଏବଂ କ୍ୟାଟ୍ରିନାଙ୍କ ଲଭ ଟ୍ରାଏଙ୍ଗଲ

DNA India
0 58

ସଲମାନ ଖାନଙ୍କ ‘ରେସ-୩’ ବ୍ୟତିତ ଭାଇଜାନଙ୍କ ଆଗାମୀ ଫିଲ୍ମ ‘ଭାରତ’କୁ ମଧ୍ୟ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଅଲୀ ଆବାସ ଜଫରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁଥିବା ଅହି ଫିଲ୍ମରେ ନାୟିକା ପାଇଁ ପ୍ରିୟଙ୍କାଙ୍କ ନାଁ ସାମ୍ନାକୁ ଆସୁଛି । ପରେ ଶୁଣିବାକୁ ମିଳିଥିଲା ଯେ ପ୍ରିୟଙ୍କାଙ୍କୁ କ୍ୟାଟ୍ରିନା ରିପ୍ଲେସ କରିବେ । କିନ୍ତୁ ଏବେ ଖବର ଆସୁଛି ଯେ କ୍ୟାଟ୍ରିନା ଏବଂ ପ୍ରିୟଙ୍କା ଦୁଇ ଜଣ ପ୍ରଥମଥର ପାଇଁ ଏହି ଫିଲ୍ମରେ ଏକା ସହିତ କାମ କରିବେ ।

salman and priyanka

ଖବର ଅନୁସାରେ ଫିଲ୍ମରେ ହିରୋଇନକୁ ନେଇ ନିର୍ମାତା କନଫ୍ୟୁଜନରେ ଥିଲେ । ଫିଲ୍ମରେ କିଏ ନାୟିକା ହେବ ତାହାକୁ ନେଇ ନିର୍ମାତା ଚୁପ ରହିଥିଲେ କାରଣ ଫିଲ୍ମ ପାଇଁ ଅନେକ ଅଭିନେତ୍ରୀଙ୍କ ମୁହଁ ସାମ୍ନାକୁ ଆସିଥିଲା । କିନ୍ତୁ ନିର୍ମାତା ଏବେ ପ୍ରିୟଙ୍କା ଏବଂ କ୍ୟାଟ୍ରିନାଙ୍କ ନାମକୁ ଫାଇନାଲ କରିଦେଇଛନ୍ତି । ଫିଲ୍ମରେ ଦୁଇ ଜଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଖବର ମିଳିଛି ।

salman-katrina-970

ଉଲ୍ଲେଖଯୋଗ୍ୟ ଯେ, ସଲମାନ ଏବଂ ପ୍ରିୟଙ୍କା ଦଶବର୍ଷ ପୂର୍ବେ ‘ସଲାମ-ଏ-ଇଶ୍କ’ ରେ ଏକା ସହିତ ନଜର ଆସିଥିଲେ । ଫିଲ୍ମରେ ସଲମାନ ଏବଂ ପ୍ରିୟଙ୍କାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଯଦି ‘ଭାରତ’ରେ ପ୍ରିୟଙ୍କାଙ୍କୁ ଦେଖବାକୁ ମିଳେ ତେବେ ଦୀର୍ଘ ୧୦ ବର୍ଷ ପରେ ଏହି ଯୋଡି ଦର୍ଶକଙ୍କ ସାମ୍ନାକୁ ଆସିବ । ଅନ୍ୟପକ୍ଷରେ କ୍ୟାଟ୍ରିନା ନିକଟରେ ସଲମାନଙ୍କ ସହିତ ‘ଟାଇଗର ଜିନ୍ଦା ହେ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More