Only for Entertainment

କାଷ୍ଟିଂ କାଉଚ ଉପରେ ମୁହଁ ଖୋଲିଲେ ସଲମାନ, କହିଲେ ଉଭୟଙ୍କ ଇଛାରେ ଫ୍ଲର୍ଟ କରିବା ଯୌନ ଶୋଷଣ ନୁହେଁ

image courtesy The Indian Express
0 41

ଖୁବଶୀଘ୍ର ଫିଲ୍ମ ଟାଇଗର ଜିନ୍ଦା ହୈରେ ନଜର ଆସିବେ ସଲମାନ । ସେ ଏବେ ଫିଲ୍ମର ପ୍ରମାଶନରେ ଖୁବ ବ୍ୟସ୍ତଥିବା ଦେଖିବାକୁ ମିଳୁଛି । କିନ୍ତୁ ହଠାତ ତାଙ୍କର ଦିଗ ପରିବର୍ତ୍ତନ ହୋଇଛି କାଷ୍ଟିଂ କାଉଚ ପ୍ରତି । କାହାକୁ କାମ ଦେବାକୁ ଯାଇ ତାକୁ ଶୋଷଣ କରିବା କାର୍ଯ୍ୟକୁ ଖୁବ ନିନ୍ଦା କରିଛନ୍ତି ସଲମାନ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚକୁ ନେଇ ଆଲୋଚନା କରୁଥିବା ସମୟରେ ସଲମାନ କହିଛନ୍ତିଯେ ଆଜି ପର୍ଯ୍ୟନ୍ତ ଏହି ଘଟଣା ଉପରେ କେହି ମଧ୍ୟ ଦୃଢ ଭାବରେ ଆଲୋଚନା କରିନାହାନ୍ତି । ସେ କହିଛନ୍ତିଯେ ଏହି ଇଣ୍ଡଷ୍ଟ୍ରିରେ ମୁଁ ବର୍ଷ ବର୍ଷ ଧରି କାମ କରୁଛି ଏବଂ ମୋ ବାପା ମଧ୍ୟ ଏହି ଇଣ୍ଡଷ୍ଟ୍ରିରେ ଖୁବ ପୁରୁଣା । ଆଜି ପର୍ଯ୍ୟନ୍ତ ମୁଁ କାହାକୁ ଏହି ବିଷୟରେ ସିଧାସଳଖ କଥା ହୋଇଥିବାର ଦେଖିନାହିଁ । କିନ୍ତୁ ଜଣେ ପୁରୁଷ କିମ୍ବା ମହିଳା ଯଦି ଜଣେ ଦୁଇଜଣଙ୍କୁ ଫ୍ଲର୍ଟ କରନ୍ତି ତେବେ ଏହାକୁ ଶୋଷଣ ସହିତ ତୁଳନା କରାଯିବ ନାହିଁ । କିନ୍ତୁ ତାଙ୍କ କହିବା ଅନୁସାରେ ଯଦି ଜଣେ ଏହି ନିୟମରେ ଆସିଥାଏ ଯେ ସେ କମ୍ପ୍ରୋମାଇଜ କଲେ ତାକୁ କାମ ମିଳିବ, ତେବେ ଏହା ସବୁଠାରୁ ଖରାପ କଥା ଅଟେ ।
ବଲିଉଡ ହେଉ କିମ୍ବା ହଲିଉଡ ଗତ କିଛିଦିନ ହେବ କେତେକ ଖବର କାଷ୍ଟିଂ କାଉଚ ସହିତ ଯୋଡ଼ି ହୋଇଛି । ହଲିଉଡର ନାୟିକା ମଧ୍ୟ ପ୍ରସିଦ୍ଧ ଫିଲ୍ମ ନିର୍ମାତା ହାର୍ବେଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More