Only for Entertainment

ସଲମାନ ଖାନଙ୍କ ଭାରତ ଫିଲ୍ମ ଆଉ ଏକ ପୋଷ୍ଟର ରିଲିଜ !

41

ଅଭିନେତା ସଲମାନ ଖାନଙ୍କ ଅପକମିଂ ଫିଲ୍ମ ଭାରତକୁ ଲୋକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସଲମାନ ବୁଢା ଅବତାରରେ ନଜର ଆସିବେ କିନ୍ତୁ ତାଙ୍କ ଦମଦାର ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୋମବାର ସାରାଦିନ ସଲମାନଙ୍କ ବୁଢା ବେଶକୁ ନେଇ ଭାରତ ପୋଷ୍ଟର ବିଷୟରେ ଚର୍ଚ୍ଚା ଜୋର ଧରିଥିଲା । ଫିଲ୍ମର ଟିଜରରେ ସଲମାନଙ୍କ ଲୁକ ଆଗରୁ ଦେଖିବାକୁ ମିଳିଛି , କିନ୍ତୁ ଆଜି ଭାରତର ଆଉ ଏକ ପୋଷ୍ଟର ରିଲିଜ ହୋଇଛି ।

 

View this post on Instagram

 

A post shared by Bina Kak (@kakbina) on

ଅଭିନେତା ସଲମାନ ଖାନ ଫିଲ୍ମର ଏହି ପୋଷ୍ଟର ରିଲିଜ କରି ଲେଖିଛନ୍ତି ଜବାନୀ ହମାରୀ ଜାନେମନ ଥି , ଭାରତ କି ଜବାନୀ !ଫିଲ୍ମର ଏହି ପୋଷ୍ଟରରେ ରିଲିଜ ଡେଟ ମଧ୍ୟ ଦେଖିବାକୁ ମିଳିଛି , ଯାହା ୫ଜୁନରେ ରିଲିଜ ହେବ । ସେହିଭଳି ଏହି ଫିଲ୍ମକୁ ନେଇ ପ୍ରଥମେ କୁହାଯାଇଥିଲା ଯେ ଏହି ଫିଲ୍ମ ଇଦରେ ରିଲିଜ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟରୀନା, ତବୁ, ଦୀଶା ପାଟନୀ, ନୋରା ଫତେହି ଏବଂ ଜ୍ୟାକି ଶ୍ରଫ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଲୀ ଅବାସ ଜଫର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More