Only for Entertainment

ଭଉଣୀ ଏବଂ ଭଣଜା ଆହିଲଙ୍କ ସହିତ କ୍ୟୁଟ ଅନ୍ଦାଜରେ ନଜର ଆସିଲେ ଭାଇଜାନ, ଭାଇରାଲ ହେଉଛି ଫଟୋ

India Today
24

ସଲମାନ ଖାନ ଏବେ ନିଜ ହୋମ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ନୋଟବୁକ’ର ଜୋରସୋରରେ ପ୍ରଚାର କରୁଛନ୍ତି । ଏହି ଫିଲ୍ମ ଜରିଆରେ ମୋହନିସ ବହଲଙ୍କ ଝିଅ ପ୍ରନୂତନ ଏବଂ ଜହୀର ଇକବାଲ ନିଜର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଭାଇଜାନ ସଲମାନ ଖାନଙ୍କ ଏକ ଫଟୋ ଭାଇରା ଲ ହେବାରେ ଲାଗିଛି । ଫଟୋରେ ସଲମାନ, ଭଉଣୀ ଅର୍ପିତା ଏବଂ ଭଣଜା ଆହିଲଙ୍କ ସହିତ କ୍ୟୁଟ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ମାମୁଁ –ଭଣଜାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଅର୍ପିତା ଖୋଦ ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋକୁ ସୋୟର କରିବା ସହିତ ସେ କ୍ୟାପସନରେ ଲେଖିଥିଲେ- ‘ଗୋଟିଏ ଫ୍ରେମରେ ମୋ ଜୀବନ । ମୋ ଭାଇ ଏବଂ ମୋ ପୁଅ । ଭଗବାନଙ୍କୁ ଧନ୍ୟବାଦ ତାଙ୍କର ଆଶୀର୍ବାଦ ପାଇଁ ।’

 

View this post on Instagram

 

My life in one frame? My brother & My son. Thank you god for the choicest blessing ?

A post shared by Arpita Khan Sharma (@arpitakhansharma) on

ଏହା ପ୍ରଥମ ଥର ନୁହେଁ ଯେ, ଅର୍ପିତା ଭାଇ ସଲମାନ ଏବଂ ପୁଅ ଆହିଲର ଫଟୋ ସେୟାର କରଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ମାମୁଁ ଭଣଜାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋୟର କରିଛନ୍ତି ।

ୱାର୍କ ଫିଟ ବିଷୟରେ କହିବାକୁ ଗଲେ ସଲମାନ ଖୁବ ଶୀଘ୍ର ଫିଲ୍ମ ଭାରତରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିଥିଲେ । ଏହା ବ୍ୟତିତ ସେ ଖୁବ ଶୀଘ୍ର ଦବଙ୍ଗ-୩ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More