Only for Entertainment

ସଲମାନଙ୍କ ଭଣଜା ଆହିଲଙ୍କ ଜନ୍ମଦିନ ପାର୍ଟିରେ ଜ୍ୟାକଲିନ-ଅର୍ପିତାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

aajtak
0 67

ଆବୁଧାବିର ସିପ୍ରିୟାନି ୟାସ ଆଇଲ୍ୟାଣ୍ଡରେ ସଲମାନ ଖାନଙ୍କ ଭଣଜା ଆହିଲଙ୍କ ଜନ୍ମଦିନ ଖୁବ ଧୁମ ଧାମରେ ପାଳନ କରାଯାଇଛି । ଏହି ପାର୍ଟିରେ ବଲିଉଡର ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ । ଏହି ପାର୍ଟିରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏବଂ ସଲମାନଙ୍କ ଭଉଣୀ ଅର୍ପିତା ‘କିକ-୨’ର ଗୀତ ‘ଝୁମେ କି ରାତ ହୈ’ରେ ଡ୍ୟାନ୍ସ କରିୁଥିବା ନଜର ଆସିଛନ୍ତି ।

ଜ୍ୟାକଲିନ ଫର୍ଣ୍ଣାଡିଜ ଏହି ଡ୍ୟାନ୍ସ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ପୋଷ୍ଟ କରିବା ପରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 

କେବଳ ଜ୍ୟାକଲିନ ନୁହଁନ୍ତି ଏହି ପାର୍ଟିରେ ଅଭିନେତା ବବି ଦେଓଲ ଏବଂ ସଲମାନଙ୍କ ଏକ ଭିଡିଓ ମଧ୍ୟ ଫ୍ୟାନ କ୍ଲବ ଦ୍ୱାରା ଶେୟାର କରାଯାଇଛି । ଏହି ଭିଡିଓରେ ଦୁହେଁ ଖୁବ ମସ୍ତି କରୁଥିବା ନଜର ଆସିଛନ୍ତି ।

 

HBD lilguy #ahilturnstwo #aboutlastnight @wowsweets_uae

A post shared by Aayush Sharma (@aaysharma) on


ଆହିଲଙ୍କ ଜନ୍ମଦିନ ପାଇଁ ସଲମାନ ଖାନ ସବୁ ବ୍ୟବସ୍ତା କରିଥିଲେ । ଏବଂ ସମସ୍ତ ପରିବାର ମିଶି ଜନ୍ମଦିନକୁ ପାଳନ କରିଥିଲେ । ସୂଚନା ଅନୁସାରେ ସଲମାନ ନିଜର ଆଗାମୀ ଫିଲ୍ମ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ଅର୍ପିତା ଏବଂ ଆୟୁଷ ଜନ୍ମଦିନ ପାଳନ କରିବା ପାଇଁ ଆବୁଧାବିକୁ ଚୟନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More