Only for Entertainment

ସଲମାନଙ୍କ ନୂଆ ପ୍ଲାନ,ଫ୍ରିରେ ଦେଖନ୍ତୁ ଥିଏଟରରେ ଫିଲ୍ମ ।

youtube
0 39

ଗୋଟିଏ ପାଶ୍ୱର୍ରେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ସମୟରେ ଅନ୍ୟ ପାଶ୍ୱର୍ରେ ବିଜନେସ ବେଂଚର ଉପରେ ନଜର ରଖିଛନ୍ତି ସଲମାନ ଖାନ । ସେ ତାଙ୍କ କମ୍ପାନୀ ବିଙ୍ଗ ହ୍ୟୁମନ ଜରିଆରେ ଏକ ନୂଆ କାମ କରିବାକୁ ଯାଉଛନ୍ତି । ସେ ତାଙ୍କର ନୂଆ ବିଜନେସ ପ୍ଲାନ ପ୍ରସ୍ତୁତ କରି ସାରିଛନ୍ତି ।

ଏହି ଉପାୟ ମାଧ୍ୟମରେ ବହୁତ ଗରୀବ ଲୋକଙ୍କୁ ଥିଏଟରରେ ମାଗଣାରେ ଫିଲ୍ମ ଦେଖିବାର ସୁଯୋଗ ଦେବେ । ଏହି ଥିଏଟରର ନାମ ହେବ ସଲମାନ ଟକିଜ । ଏହି ଥିଏଟରରୁ ନିଆଯାଇଥିବା ଟିକେଟ ଉପରେ ଟିକସ ଲାଗିବ ନାହିଁ ।
ଯଦି ଆପଣ ଟିକେଟର ପୂରା ଟଙ୍କା ଦେବାପାଇଁ ସମର୍ଥ ନୁହଁନ୍ତି ତେବେ ଆପଣଙ୍କୁ ସବସିଡି ଦିଆଯିବ । ସଲମାନ ଏହାକୁ ଆରମ୍ଭ କରିବାର କାରଣ ହେଉଛିଯେ ସେ ଚାହାଁନ୍ତିଯେ ଯେଉଁମାନେ ଏଂଟରଟେନମେଂଟ ଠାରୁ ଦୂରରେ ବା ଯୋଡ଼ି ହେବା ପାଇଁ ଅସମର୍ଥ ସେହିମାନେ ଏହି ସୁବିଧା ପାଇପାରିବେ । ଖବର ଅନୁସାରେ ସଲମାନ ଦୁଇବର୍ଷ ହେବ ଏହି ପ୍ରକଳ୍ପ ଉପରେ କାମ କରୁଛନ୍ତି ।

ସଲମାନ ଖୁବଶୀଘ୍ର ଆଉ ଏକ କାମରେ ଯୋଡ଼ି ହେବାକୁ ଯାଉଛନ୍ତି,ତାହା ହେଉଛି ଦବଙ୍ଗ ଟୁର । ତାଙ୍କ ସହିତ କ୍ୟାଟ୍ରିନା,ଜ୍ୟାକଲିନ,ସୋନାକ୍ଷୀ ଏବଂ ଡେଜି ଶାହ ମଧ୍ୟ ଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More