Only for Entertainment

ସଲମାନଙ୍କ ୧୩ଟି ଫିଲ୍ମ,ସାଇନ ତ କରିଥିଲେ କିନ୍ତୁ ରିଲିଜ ହୋଇନଥିଲା ।

bollywood tadka
0 37

ସଲମାନଙ୍କ ଷ୍ଟାରଡମକୁ ତ ସମସ୍ତେ ଜାଣନ୍ତି । ବକ୍ସ ଅଫିସରେ ତାଙ୍କ ଫିଲ୍ମ ସୁପରହିଟ ମଧ୍ୟ ହୁଏ । କୌଣସି ଫିଲ୍ମ ୧୦୦ କୋଟିରୁ କମ ରୋଜଗାର କରେ ନାହିଁ । ବିଭିନ୍ନ ବିବାଦ ପରେ ମଧ୍ୟ ଲୋକଙ୍କ ହୃଦୟରେ ତାଙ୍କ ପ୍ରତି ଭଲପାଇବା କମିନାହିଁ । ଆଜି ହୁଏତ ତାଙ୍କ ପାଖରେ ଖୁବ ସାରା ଫିଲ୍ମ ଅଛି କିନ୍ତୁ ଏଭଳି କିଛି ଫିଲ୍ମ ରହିଛି ଯାହାକୁ ସେ ସାଇନ ତ କରିଥିଲେ କିନ୍ତୁ କେବେ ରିଲିଜ ହୋଇପାରିନଥିଲା । ଆସନ୍ତୁ ଆଲୋଚନା କରିବା ।

ଫିଲ୍ମ ମେନେ ପ୍ୟାର କିଆରେ ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ଏହାପରେ ରଣକ୍ଷେତ୍ରରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିଥାନ୍ତେ । କିନ୍ତୁ ଭାଗ୍ୟଶ୍ରୀଙ୍କ ବିବାହ ହୋଇଯିବାରୁ ଫିଲ୍ମ ସୁଟିଂକୁ ବନ୍ଦ କରାଗଲା ।

୧୯୯୧ରେ ସଲମାନ ଦିଲ ହୈ ତୁହ୍ମାରା ସାଇନ କରିଥିଲେ । କିନ୍ତୁ ଭିନ୍ନ କୌଣସି କାରଣରୁ ଏହାର ସୁଟିଂକୁ ବନ୍ଦ କରିଦିଆଗଲା ।

ଏ ମେରେ ଦୋସ୍ତ ଫିଲ୍ମର ଗୀତ ରେକର୍ଡ଼ିଂ ଶେଷ ହୋଇ ଯାଇଥିଲା,କିନ୍ତ୍ୁ ପିଲ୍ମର ସୁଟିଂ ହେଲା ନାହିଁ । ଏହି ଗୀତକୁ ସଲମାନଙ୍କ ଆଗାମୀ ଫିଲ୍ମ ମଝଦାରରେ ନିଆ ଯାଇଥିଲା ।ଫିଲ୍ମ ବୁଲନ୍ଦ ମଧ୍ୟ ଅଧା ସୁଟିଂରୁ ବନ୍ଦ କରିଦିଆ ଯାଇଥିଲା ।
ସୋହେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ରାମରେ ସଲମାନଙ୍କ ସହିତ ଅନିଲ କପୁର ନଜର ଆସିଥାନ୍ତେ । ଫିଲ୍ମର ବଜେଟ ବଢିଯିବାରୁ ଫିଲ୍ମକୁ ଅଧାରୁ ବନ୍ଦ କରିଦିଆଗଲା । ଚୋରି ମେରା କାମକୁ ମଧ୍ୟ ସେହିଭଳି ବନ୍ଦ କରିଦିଆଗଲା ।
ଫିଲ୍ମ ଦଶରେ ନିର୍ଦ୍ଦେଶକଙ୍କ ମୃତ୍ୟୁ ହୋଇଯିବା ପରେ ଫିଲ୍ମକୁ ଅଧାରୁ ବନ୍ଦ କରିଦିଆଗଲା । କିନ୍ତୁ ଏହାର ଗୀତକୁ ୧୯୯୯ରେ ରିଲିଜ କରାଯାଇଥିଲା ।

ରାଜୁ ରାଜା ରାମ,ଜଲୱା ଓ ନୋ ଏଂଟ୍ରି ମେ ଏଂଟ୍ରି ଭଳି ଫିଲ୍ମକୁ ମ ବନ୍ଦ କରିଦିଆଗଲା । ଆଁଖ ମେଚୌଲି,ଘେରାବ ଏବଂ ସାଗର ସେ ଗେହରା ପ୍ୟାରକୁ ମଧ୍ୟ ସାଇନ କରିଥିଲେ କିନ୍ତୁ ଫିଲ୍ମ କେବେ ମଧ୍ୟ ରିଲିଜ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More