Only for Entertainment

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାକୁ ନେଇ ସାମ୍ନାକୁ ଆସିଲା ସଲମାନଙ୍କ ପ୍ରତିକ୍ରିୟା

55

ପ୍ରିୟଙ୍କା ରେଡିଙ୍କ ସହ ହୋଇଥିବା ଗଣ ଦୁର୍ଷ୍କମ ଓ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଥରି ଉଠିଛି ପୂରା ଦେଶ । ଦୋଷୀଙ୍କ ବିରୋଧରେ ସବୁଠି ରାଗ,ଆକ୍ରୋଶ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାବି ପ୍ରକାଶ ପାଉଛି । ସାଧାରଣ ଜନତାଙ୍କଠୁ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ମଧ୍ୟ ସମାନ ଦାବି,ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଟ୍ୱିଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି ଅଭିନେତା ଋଷି କପୁର । ହତ୍ୟା ମାମଲାର ଦୋଷୀଙ୍କୁ ଫାଶିଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ଋଷି ।ଏଥିସହ ସେ କହିଛନ୍ତି ମଣିଷ ବଂଚିଛି ସ


ତ କିନ୍ତୁ ମାନବିକତା ମରୁଛି । ଏଭଳି ଅପରାଧକୁ ରୋକିବାକୁ ହେବ । ହାଇଦ୍ରାବାଦ ଘଟଣା ତାଙ୍କୁ ବେଶ ମର୍ମାହତ କରିଥିବା କହିଛନ୍ତି ଋଷି ।

 

ଅଭିନେତା ସଲମାନ ଟୁଇଟ କରି କହିଛନ୍ତି ଏଭଳି ଘଟଣା ଘଟାଇଥିବା ଅପରାଧୀ ହେଉଛନ୍ତି ନରରାକ୍ଷାସ । ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ ।ଏଭଳି ଅପରାଧକୁ ରୋକିବାକୁ ହେବ । ଏଥିସହ ପ୍ରିୟଙ୍କା ରେଡ୍ଡୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ସଲମାନ । ଅନ୍ୟପଟେ ଅଭିନେତା ବିବେକ ଓବରୟ ଟୁଇଟ କରି ନର ପିଶାଚଙ୍କ ଉପରେ ଆକ୍ରୋଶ ପ୍ରକାଶ କରିବା ସହ ଫାଶୀ ଦଣ୍ଡ ଦାବି କରିଛନ୍ତି । ଦେଶର ମା,ଭଉଣୀ,ଝିଅ ଆଉ କେତେଦିନ ଏଭଳି ଅତ୍ୟାଚାରର ଶିକାର ହେବେ ବୋଲି ପ୍ରଶ୍ନ କରିଛନ୍ତି ବିବେକ ଓବରୟ ।

ଟ କରି ଅଭିନେତା ଅକ୍ଷୟ କୁମାର କହିଛନ୍ତି ହାଇଦ୍ରାବାଦ ମାମଲା ହେଉ ଅଥବା ରାଞ୍ଚି ଦୁର୍ଷ୍କମ ହତ୍ୟା ମାମଲା, ଏହାକୁ ରୋକିବାକୁ ବିଫଳ ହୋଇଛି ସମାଜ । ଏଭଳି ଅପରାଧ ବିରୋଧରେ କଡ଼ା ଆଇନ ଆଣିବା ଜରୁରୀ । ସେହିଭଳି ଅଭିନେତ୍ରୀ ୟାମି ଗୌତମ ଲେଖିଛନ୍ତି ହାଇଦ୍ରାବାଦ ମାମଲାକୁ ନେଇ ସବୁଠି ରାଗ, ଆକ୍ରୋଶ ଓ ଦୁଃଖ ପ୍ରକାଶ ପାଉଛି । ଦେଶବାସୀ ଏତେ ଜାଗ୍ରତ ହୋଇ ମଧ୍ୟ ଏଭଳି ଘଟଣା କଣ ପାଇଁ ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଏହାକୁୁ ରୋକିବାରେ ବିଫଳ ହୋଇଛି ସମାଜ । ଏଭଳି କାଣ୍ଡ କରୁଥିବା ଅପରାଧୀଙ୍କୁ କଣ ପ୍ରକୃ୍ତରେ ଦେଶର ଆଇନ, ନିୟମ,ଦଣ୍ଡବିଧାନକୁ ଭୟ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ୟାମୀ ଗୌତମ । ଅଭିନେତା ତଥା ସିଙ୍ଗର ଫରହାନ ଅଖତର ମଧ୍ୟ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More