Only for Entertainment

ଫିଲ୍ମ ‘ଭାରତ’କୁ ନେଇ ପ୍ରିୟଙ୍କା ଏବଂ କ୍ୟାଟ୍ରିନାଙ୍କ ବିଷୟରେ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

Deccan Chronicle
0 49

ଫିଲ୍ମ ‘ଭାରତ’ର ସୁଟିଂ କେତେ ବାଦବିବାଦ ଭିତରେ ଆରମ୍ଭ ହୋଇଛି ତାହା ସମସ୍ତଙ୍କୁ ଜଣା । ସୁଟିଂ ଆରମ୍ଭ ହେବାର ୫ ଦିନ ପୂର୍ବରୁ ପ୍ରିୟଙ୍କା ହଠାତ୍‌ ସୁଟିଂ ଛାଡ଼ିବା ଏବଂ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କୁ ନିଆଯିବାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏ ନେଇ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜାଫର ଏବଂ ଅଭିନେତା ସଲମାନ ନିଜେ ନିଜର ମତ ରଖି ସାରିଥିବା ବେଳେ ଏବେ ପ୍ରିୟଙ୍କାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ସଲମାନ ।

ସଲମାନଙ୍କ କହିବା ଅନୁଯାୟୀ, ପ୍ରଥମେ ଫିଲ୍ମ ଭାରତ ପାଇଁ କ୍ୟାଟ୍ରିନାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ପ୍ରିୟଙ୍କା ନିଜ ଆଡ଼ୁ ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜାଫରଙ୍କୁ ଫୋନ କରି ସେ ଏହି ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ବୋଲି କହିବାରୁ ତାଙ୍କୁ ଏହି ଫିଲ୍ମରେ ନିଆ ଯାଇଥିଲା । ଫଳରେ କ୍ୟାଟ୍ରିନାଙ୍କୁ ହଟା ଯାଇ ପ୍ରିୟଙ୍କାଙ୍କୁ ନିଆଯାଇଥିଲା। କିନ୍ତୁ ଏବେ ପ୍ରିୟଙ୍କା ଓହରି ଯିବା ପରେ କ୍ୟାଟ୍ରିନା ଏହି ଫିଲ୍ମରେ କାମ କରୁଛନ୍ତି । ଏଥି ପାଇଁ ମୁଁ ଖୁସୀ ବୋଲି କହିଛନ୍ତି ସଲମାନ ।

ତେବେ ପ୍ରିୟଙ୍କାଙ୍କ ଏଭଳି ହଠାତ୍‌ ଫିଲ୍ମ ଛାଡ଼ିବା ପଛରେ ତାଙ୍କର ନିକ୍‌ଙ୍କ ସହ ସଂପର୍କ ବୋଲି କୁହାଯାଉଥିବା ବେଳେ ଫିଲ୍ମ ଛାଡ଼ିବାର କିଛି ସମୟ ପରେ ସେ ନିକ୍‌ଙ୍କ ସହ ନିର୍ବନ୍ଧ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More