Only for Entertainment

ଭାଇଜାନଙ୍କ ଡିମାଣ୍ଡ, ଗୋଟିଏ ଏପିସୋଡ ପାଇଁ ୩ କୋଟି!

deccan chronicle
0 48

ବଲିଉଡ ଅଭିନେତା ଦବଙ୍ଗ ଖାନ ଖୁବ ଶୀଘ୍ର ଛୋଟ ପରଦାକୁ ଫେରୁଛନ୍ତି । ସୋନି ଟିଭିରେ ଟେଲିକାଷ୍ଟ ହେବାକୁ ଥିବା ଶୋ ‘ଦଶ କା ଦମ ସିଜନ ଥ୍ରି’ର ହୋଷ୍ଟ ଭାବରେ ନଜର ଆସିବେ ସଲମାନ । ସୂଚନା ଅନୁସାରେ ପୂର୍ବ ଦୁଇ ସିଜନ ସଫଳ ରହିଥିବାରୁ ଚଳିତ ସିଜନ ଅନ ଏୟାର ହୋଇପାରେ । ତେବେ ସିଜନ ପାଇଁ ସଲମାନ ପ୍ରଚୁର ଟଙ୍କା ନେଉଥିବା ସୂଚନା ମିଳିଛି । ସଲମାନଙ୍କୁ ୨୬ଟି ଏପିସୋଡ ପାଇଁ ୭୮ କୋଟି ଟଙ୍କା ଦିଆଯାଉଛି । ସଲମାନ ଏହାର ପ୍ରମୋ ମଧ୍ୟ ସୁଟିଂ କରି ସାରିଛନ୍ତି । ସେଥିରେ ସଲମାନ କାଜୁଆଲ ଲୁକରେ ନଜର ଆସିଛନ୍ତି । ଏକ ଲମ୍ବା ସମୟ ପରେ ସଲମାନ ଏହି ଶୋକୁ ଫେରୁଛନ୍ତି । ଯେଉଁଥିରେ ଗୋଟିଏ ଏପିସୋଡକୁ ସେ ୩ କୋଟି ନେବା ପାଇଁ ଦାବି କରିଛନ୍ତି । ଶେଷଥର ପାଇଁ ଏହି ଶୋ ସୋନି ଟିଭିରେ ୨୦୦୯ରେ ପ୍ରସାରିତ ହୋଇଥିଲା ।

ଖବର ଅନୁସାରେ ଚ୍ୟାନେଲ ସଲମାନଙ୍କ ଡିମାଣ୍ଡ ଅନୁସାରେ ଟଙ୍କା ଦେବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ଗତ ବର୍ଷ ଏହାର ସମାଧାନ ହୋଇଥିଲା । ତେବେ ସୋମବାରରୁ ଶୁକ୍ରବାର ପ୍ରସାରଣ କରାଯିବ କିମ୍ବା ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ପ୍ରସାରଣ କରାଯିବ,ଏହି କଥାକୁ ନେଇ ନିର୍ମାତା ନିଷ୍ପତ୍ତି ନେଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More