Only for Entertainment

ପବ୍ଲିକରେ ସଲମାନଙ୍କ ଓପନ୍ ରୋମାନ୍ସ, କ୍ୟାଟ୍ରିନାଙ୍କ ସହ ଫ୍ଲର୍ଟ କଲେ ଦବଙ୍ଗ ଖାନ୍

Mp3videocgmusic
0 50

ପୁଣି ଚର୍ଚ୍ଚାରେ  ସଲମାନ୍ – କ୍ୟାଟ୍ରିନାଙ୍କ ରୋମାନ୍ସ । ଆଉ ଏହି ରୋମାନ୍ସ ବଡ ପରଦା ନୁହେଁ ବରଂ ପବ୍ଲିକରେ, ମିଡିଆ ସାମ୍ନାରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲାଗୁଛି ସଲମାନ୍ – କ୍ୟାଟ୍ରିନାଙ୍କ ଭିତରେ ପୁଣି ଥରେ ଆରମ୍ଭ ହୋଇଛି ପ୍ରେମ ସମ୍ପର୍କ । ଏହା ହିଣ୍ଟ ଦେଇଛି ଦୁହିଁଙ୍କ ହିଡେନ୍ ରିଲେସନସିପକୁ ।

ନିକଟରେ ଏମିତି ଏକ ଇଭେଂଟ୍ରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ଓପନ୍ ରୋମାନ୍ସ ଦେଖିବାକୁ ମିଳିଥିଲା । ପୁନେରେ ଅନୁଷ୍ଠିତ ଦବାଙ୍ଗ ଶୋ ପ୍ରେସ୍ କନ୍ଫରେନ୍ସରେ ସଲମାନ୍ – କ୍ୟାଟ୍ରିନାଙ୍କ ବ୍ୟବହାର ହିଁ ବଖାଣିଥିଲା ଯେ, କିଛି ତ ଚାଲିଛି ଦୁହିଁଙ୍କ ଭିତରେ । ଯେତେବେଳେ ପ୍ରଥମେ କ୍ୟାଟ୍ରିନାଙ୍କୁ ମଂଚ ଉପରକୁ ନିମନ୍ତ୍ରଣ କରାଯାଇଥିଲା, ତାଙ୍କୁ ସ୍ୱାଗତ କରିବା ପାଇଁ ସଲମାନ୍ ନିଜ ସିଟରୁ ଛିଡା ହୋଇଯାଇଥିଲେ । ଆଉ ଏହା ପରେ କ୍ୟାଟ୍ରିନାଙ୍କ ପ୍ରଶଂସାରେ ଲାଗି ପଡିଥିଲେ ଦବଙ୍ଗ ଖାନ୍ ।

ଏହି ପ୍ରେନ୍ସ କନଫରେନ୍ସ ସମୟରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ଭିତରେ ଏମିତି ଅନେକ ମସ୍ତି ବାଲା ରୋମାନ୍ସ, ଦେଖିବାକୁ ମିଳିଥିଲା । କେତେବଳେ ସଲମାନ୍ ଖାନ୍ କ୍ୟାଟଙ୍କ ପ୍ରଶଂସା କରିଥିଲେ ତ ପୁଣି କେତେବେଳେ, କ୍ୟାଟ୍ରିନା ସଲମାନଙ୍କୁ ମାଇକ୍ ନଦେଇ ହଇରାଣ କରିଥିଲେ । ଏମିତି କି ମନୀଷ ପଲ, କ୍ୟାଟଙ୍କ ସହ ଫ୍ଲର୍ଟ କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ତାଗିଦ ବି କରିଥିଲେ । ତେବେ ସବୁଠାରୁ ବେଶି ଇଂଟ୍ରେଷ୍ଟିଂ ଥିଲା, ଯେତେବେଳେ ସଲମାନ, କ୍ୟାଟଙ୍କ ସହ ନିଜ କଫି ସେୟାର୍ କରିଥିଲେ । ଯାହା ସେଠାରେ ଉପସ୍ଥିତ ମିଡିଆ ପ୍ରତିନିଧିଙ୍କୁ ଦେଇଥିଲା ଏହ ନୂଆ ହିଂଟ୍ ।

ଦବଙ୍ଗ ଶୋ ରେ କ୍ୟାଟ୍ରିନା ଓ ସଲମାନଙ୍କ ଜବରଦସ୍ତ ପର୍ଫମାନ୍ସ ବି ଦେଖିବାକୁ ମିଳିଥିଲା । ପରଦାର ଟାଇଗର୍ – ଜୋୟାଙ୍କ ରିୟଲ୍ ଲାଇଫ୍ କେମେଷ୍ଟ୍ରୀ ଦେଖି ଫ୍ୟାନମାନେ ବି ହୋଇଛନ୍ତି ଏକ୍ସାଇଟେଡ୍ । ତେବେ ଦୁହିଁଙ୍କୁ ନେଇ ଆଗକୁ କଣ ଖବର ଆସୁଛି, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More