Only for Entertainment

ଦିନେ ସଲମାନଙ୍କ ଭଉଣୀଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାରେ ଥିଲେ, ଏବେ……………… ।

Businessofcinema.com
81

ବଲିଉଡରେ ଏକାଧିକ ପ୍ରେମ ସଂପର୍କ ରଖିବା କିଛି ନୂଆ କଥା ନୁହେଁ । ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ । ନିକଟରେ କୁଲକିତ ସମ୍ରାଟଙ୍କୁ ନେଇ ସେହିଭଳି କିଛି ଖବର ସାମ୍ନାକୁ ଆସିଛି ।

‘ଫକ୍‌ରେ’ ଅଭିନେତା ପୁଲ୍‌କିତ୍‌ ସମ୍ରାଟ୍‌ ଏବେ ନିଜର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସଲମାନ ଖାନ୍‌ଙ୍କ ରାକ୍ଷୀ ଭଉଣୀ ଶ୍ୱେତାଙ୍କୁ ପ୍ରଥମେ ପୁଲ୍‌କିତ୍‌ ବିବାହ କରିଥିଲେ । କିନ୍ତୁ ୟାମିଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ୟାମିଙ୍କ ସହ କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ତାଙ୍କଠାରୁ ମଧ୍ୟ ଅଲଗା ହୋଇ ଯାଇଥିଲେ ପୁଲ୍‌କିତ୍‌ । କିଛି ଦିନ ଏକା ରହିବା ପରେ ଏବେ ସେ ପୁଣି ନିଜର ସାଥୀ ଖୋଜି ପାଇଛନ୍ତି ।

ସୂଚନା ମୁତାବକ, ପୁଲ୍‌କିତ୍‌ ଅଭିନେତ୍ରୀ କୃତି ଖର୍‌ବନ୍ଦାଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ନିଜ ନିଜର ସଂପର୍କକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି । ଦୁହିଁଙ୍କୁ ଅଭିନେତା ବରୁଣ ଶର୍ମାଙ୍କ ଜନ୍ମଦିନ ପାର୍ଟିରେ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ସହ କୃତି ପୁଲ୍‌କିତ୍‌ଙ୍କ ଜନ୍ମଦିନରେ ତାଙ୍କ ସୁଟିଂ ସେଟ୍‌କୁ ଯାଇ ତାଙ୍କୁ ସରପ୍ରାଇଜ୍‌ ମଧ୍ୟ ଦେଇଥିଲେ । ତେବେ ହେଉଥିବା ଚର୍ଚ୍ଚାରେ କେତେ ସତ୍ୟତା ରହିଛି, ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More