Only for Entertainment

ଚର୍ଚ୍ଚାରେ ସଲମାନଙ୍କ ଟୁଇଟ୍: ‘ମୋତେ ଝିଅ ମିଳିଗଲା’

Awaaz Nation
0 45

ବଲିଉଡର ଆଶ୍ଚର୍ଯ୍ୟ କଥା କହିଲେ ଅଭିନେତା ସଲମାନ ଖାନଙ୍କ ବିବାହ ବୋଲି ଲୋକେ ଭାବନ୍ତି। ଅଭିନେତା ସଲମାନ ଅଧିକାଂଶ ସମୟରେ ଛୋଟ ପିଲାଙ୍କ ପ୍ରତି ନିଜର ଆକର୍ଷଣ ରହିଥିବା କଥା ଜଣାଇଥିଲେ ବି ବିବାହ ସଂପର୍କରେ ସବୁବେଳେ ନୀରବ ରୁହନ୍ତି। ତେବେ, ଏକଥା ସମସ୍ତଙ୍କୁ ଜଣା ଯେ ଦବଙ୍ଗ ବୟଙ୍କୁ ତାଙ୍କ ମନ ପସନ୍ଦର ଝିଅ ମିଳିନଥିବାରୁ ସେ ଏବେ ପର୍ୟ୍ୟନ୍ତ ଅବିବାହିତ। ମାତ୍ର ଏବେ ସଲମାନ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଯାହା ଟୁଇଟ୍ କରିଛନ୍ତି ତାହା ଏବେ ଚର୍ଚ୍ଚା ପାଲଟିଛି। ସଲମନ ଟୁଇଟ୍ କରିଛନ୍ତି, ‘ମୋତେ ଝିଅ ମିଳିଗଲା’।

tweet

ଏହି ଟୁଇଟ୍ ପଢ଼ିବା ପରେ ସଲମନଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କାରଣ ଏପରି ଏକ ଟୁଇଟ୍ ସଲମାନଙ୍କ ଜୀବନସାଥୀ ବ୍ୟତୀତ ଆଉ କ’ଣ ଅର୍ଥ କରୁଛି? ମାତ୍ର କିଛି ସମୟ ପରେ ସଲମନ ସ୍ପଷ୍ଟ କରିଛନ୍ତି ଯେ ଝିଅ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ପାଇଁ ମିଳିଯାଇଛି। ଆପଣ ଭାବୁଛନ୍ତି କି ସଲମାନଙ୍କ ଭିଣୋଇ ତାଙ୍କ ଭଉଣୀ ଅର୍ପିତାଙ୍କୁ ଛାଡ଼ପତ୍ର ଦେଇ ଆଉ କାହାକୁ ବିବାହ କରିବେ ବୋଲି? ଆଜ୍ଞା ନା, ସଲମାନ ତାଙ୍କ ଭିଣୋଇଙ୍କ ଡେବ୍ୟୁ ଫିଲ୍ମ ‘ଲଭରାତ୍ରୀ’ରେ ତାଙ୍କ ସହ ଅଭିନୟ କରିବା ପାଇଁ ଝିଅ ପାଇ ଯାଇଛନ୍ତି ବୋଲି ଲେଖିଛନ୍ତି। ସେ ଅନ୍ୟ ଏକ ଟୁଇଟ୍ କରି ଲେଖିଛନ୍ତି, ‘ବ୍ୟସ୍ତ ହବାର କିଛି ନାହିଁ। ଆୟୁଷ ଶର୍ମାଙ୍କ ଚଳଚ୍ଚିତ୍ର ‘ଲଭରାତ୍ରୀ’ ପାଇଁ ଓ୍ଵାରିନା ମିଳିଗଲେ।’
salman

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More