Only for Entertainment

ଏବେ ଏଭଳି ଦେଖା ଯାଉଛନ୍ତି ଟିଭିର କୁନି ଗଙ୍ଗୁବାଈ । ଜବରଦସ୍ତ ଟ୍ରାନ୍ସଫର୍ମେସନ ଦେଖି ଝଟକା ଲାଗିଯିବ ।

bollywood tadka
65

ଟିଭି ପରଦାର ଛୋଟ ଗଙ୍ଗୁବାଈଙ୍କୁ ଏବେ ୧୮ ବର୍ଷ ପୂରି ସାରିଛି ଏବଂ ସେ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛନ୍ତି । ୨୦୦୯ରେ କୁନି ଗଙ୍ଗୁବାଈ ସଲୋନି ଦୈନୀ ‘କମେଡ଼ି ସର୍କସ’ରେ ଗଙ୍ଗୁବାଈ ହୋଇ ଦର୍ଶକଙ୍କୁ ଖୁବ ହସାଉଥିଲେ ।

ଆପଣ ସେହି କୁନି ଗଙ୍ଗୁବାଇଙ୍କର ବର୍ତ୍ତମାନର ଫଟୋ ଦେଖି ବିଶ୍ୱାସ କରିପାରିବେ ନାହିଁଯେ ସେ କେତେ ବଦଳି ଯାଇଛନ୍ତି । ଛୋଟଥିବା ବେଳେ ତାଙ୍କୁ ଯଥେଷ୍ଟ ଭଲ ପାଉଥିବା ଫ୍ୟାନ୍ସ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ନାହିଁ ।

କହିରଖୁଛୁ ସଲୋନୀ ୩ ବର୍ଷ ବୟସରେ କ୍ୟାମେରାକୁ ସାମ୍ନା କରିବା ଶିଖି ଯାଇଥିଲେ । ସଲୋନୀଙ୍କ କ୍ୟୁଟନେସ ଦର୍ଶକଙ୍କ ହୃଦୟ ଜିତି ନେଉଥିଲା । ଏବେ ସେହି କୁନି ଗଙ୍ଗୁବାଈ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ପିଲାଦିନେ ସେ ତାଙ୍କ କମେଡ଼ିରେ ବଡ଼ ବଡ଼ ଷ୍ଟାରଙ୍କୁ ମଧ୍ୟ ଟକ୍କର ଦେଉଥିଲେ । ସଲୋନୀ କେବଳ ହିନ୍ଦୀ ଶୋ ନୁହେଁ ବରଂ କେତେକ ମରାଠୀ ଶୋ’ରେ ମଧ୍ୟ ନଜର ଆସିଛନ୍ତି । କେବଳ ସେତିକି ନୁହେଁ କେତେକ ଡେଲିସୋପରେ ମଧ୍ୟ ନଜର ଆସିଥିଲେ ଏହି ଗଙ୍ଗୁବାଈ । ୨୦୧୦ରେ ଫିଲ୍ମ ‘ ନୋ ପ୍ରବ୍ଲେମ’ରେ ସେ କ୍ୟାମିଓ ମଧ୍ୟ କରିଥିଲେ । ଫିଲ୍ମରେ ସେ ଅନିଲ କପୂରଙ୍କ ଝିଅ ଚରିତ୍ରରେ ନଜର ଆସିଥିଲେ । ଶେଷ ଥର ପାଇଁ ‘ ବଡ଼େ ଭେୟା କି ଦୁଲହନିୟା’ରେ ସଲୋନୀଙ୍କୁ ଦେଖିବାକୁ ମିଳିଥିଲା । ଟିଭି ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ । ଏବେ ପୁଣିଥରେ ତାଙ୍କୁ ଟିଭି ପରଦାରେ ଦେଖିବାପ ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More