Only for Entertainment

ସାମନ୍ଥାଙ୍କ ଖୁଲାସା : ମୁଁ ନାଗା ଚୈତନ୍ୟଙ୍କ ପ୍ରଥମ ପତ୍ନୀ ନୁହେଁ

DGZ Media
474

ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସ ସବୁବେଳେ ଉତ୍ସାହିତ ରହିଥାଆନ୍ତି । ଏହି ଯୋଡି ୨୦୧୭ରେ ଗୋଆରେ ବିବାହ କରିଥିଲେ । ବିବାହ ପରେ ଏହି ଯୋଡି ନିଜ ବିବାହ ଏବଂ ବିବାହ ପୂର୍ବ ବିଷୟରେ ମଧ୍ୟ ଶେୟାର କରିଥାଆନ୍ତି । ହୋଷ୍ଟ ଲକ୍ଷ୍ମୀ ମାଂଚୁ ନିଜ ନୂଆ ଶୋ’ ‘ଫିଟ ଅପ ୱିଦ ଦ ଷ୍ଟାର୍ସ’ ଆରମ୍ଭ କରିଛନ୍ତି । ଏହାର ଲାଟେଷ୍ଟ ଏପିସୋଡରେ ଯେତେବେଳେ ସାମନ୍ଥାଙ୍କୁ ତାଙ୍କ ବେଡରୁମ ସିକ୍ରେଟ ବିଷୟରେ ପଚରାଯିବାରୁ ସେ ବିଲକୁଲ ମନା କରିଦେଇଥିଲେ । ଏହାମଧ୍ୟରେ ଲକ୍ଷ୍ମୀ ହସ୍ତକ୍ଷେପ କରିଥିଲେ ଏବଂ ବଡ ରହସ୍ୟ ବନାଇଦେଲେ । ଲକ୍ଷ୍ମୀ ଏସମ୍ପର୍କରେ କହିଛନ୍ତି ଯେ ଏବେ ଆପଣ ସବୁ କଥାରେ ସିନା ମନା କରିଦେଉଛନ୍ତି, ମାତ୍ର ବିବାହ ପୂର୍ବରୁ ଦୂହେଁ ଲିଭିଂ ରିଲେସନସିପରେ ଥିଲେ ବୋଲି ସମସ୍ତଙ୍କୁ ଜଣା । ଏହାକୁ ଆଧାର କରି ଲକ୍ଷ୍ମୀ ପଚାରିଥିଲେ କି ଆପଣ ସିଙ୍ଗଲ ଥିଲେ ଏବଂ ଜଣେ ପୁରୁଷ ବ୍ୟକ୍ତିଙ୍କ ସହ ରହୁଥିଲେ ତ ବେଡରୁମରେ କଣ ତିନୋଟି ଜିନିଷ ଆପଣଙ୍କୁ ଭିନ୍ନ ଲାଗୁଥିଲା ।

ସାମନ୍ଥା ଲକ୍ଷ୍ମୀଙ୍କୁ କଡା ଉତ୍ତରରେ କହିଥିଲେ କିଛି ଥିଲା ଯାହା ଦୁହିଁଙ୍କ ମଧ୍ୟରେ ଆସୁଥିଲା । ସେ କହିଥିଲେ ଯେ ଚୈତନ୍ୟଙ୍କ ପ୍ରଥମ ପତ୍ନୀ ତକିଆ ଅଟେ । କିସ କରିବା ସମୟରେ ମଧ୍ୟ ତକିଆ ଆମ ଦୁହିଁଙ୍କ ମଧ୍ୟରେ ଆସିଥାଏ । ମଜାକିଆ ଅନ୍ଦାଜରେ ସାମନ୍ଥା କହିଥିଲେ ଯେ ମୋତେ ଅନୁଭବ ହେଉଛି ଯେ ବହୁତ କିଛି କହିଦେଲି । ସାମନ୍ଥା ଏବଂ ଚୈତନ୍ୟ ଦୁହେଁ ‘ମାଜିଲୀ’ରେ ସଫଳତା ହାସଲ କରିଥିଲେ । ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More