Only for Entertainment

ରିଲିଜ ହେଲା ମଂଟୁ ଛୁରିଆଙ୍କ କଣ୍ଠରେ ଜବରଦସ୍ତ ଗୀତ ‘ଇଟା ତ ଆଏ ସମ୍ବଲପୁରୀର ମଜା’ ।

114

ସମ୍ବଲପୁରୀ ଗୀତର ଚାହିଦା ସବୁବେଳେ ରହି ଆସିଛି । ସେହିଭଳି ସମ୍ବଲପୁରୀର ଅନେକ ଗୀତ ବଜାରକୁ ଆସିଲା ମାତ୍ରେ ତାହା ହିଟ ହୋଇଯାଏ । ସେହିଭଳି ମାର୍କେଟରେ ଏବେ ଚାହିଦା ରହିଛି ସମ୍ବଲପୁରୀ ସିଙ୍ଗର ମଂଟୁ ଛୁରିଆଙ୍କର । ଅନେକ ହିଟ ସମ୍ବଲପୁରୀ ଆଲବମ ଏବଂ ଫିଲ୍ମ ଗୀତରେ ନିଜ କଣ୍ଠ ଦେବା ପରେ ଏବେ ଆଉ ଏକ ଜବରଦସ୍ତ ଗୀତ ନେଇ ଆସିଛନ୍ତି କଣ୍ଠଶିଳ୍ପୀ ମଂଟୁ ଛୁରିଆ । ମୋର ମା ସମଲେଇ ପ୍ରଡକ୍ସନ ପ୍ରଯୋଜନାରେ ରିଲିଜ ହୋଇଛି ଗୀତ ‘ଇଟା ତ ଆଏ ସମ୍ବଲପୁରୀର ମଜା’ । ଏହି ଜବରଦସ୍ତ ଗୀତରେ ସମ୍ବଲପୁରର ଟ୍ରାଡିସନ ଲୁକ ଦେଖିବାକୁ ମିଳିଛି । ଯାହା ଗୀତକୁ କରିଛି ଆହୁରୀ ନିଆରା । ଏହି ଗୀତରେ ତାଙ୍କର ଜବରଦସ୍ତ ଗାୟକୀ ଦେଖିବାକୁ ମିଳିଛି । ମଜାଦାର ଗୀତ ସହ ଦେଖିବାକୁ ମିଳିଛି ସୁନ୍ଦର ଏବଂ ପରିଷ୍କାର ପିକ୍ଚରାଇଜେସନ । ଯେଉଁଥିରେ ଖୁବ ଉଚ୍ଚ ମାନର ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ‘ଇଟା ତ ଆଏ ସମ୍ବଲପୁରୀର ମଜା’ ଗୀତରେ ପ୍ରଯୋଜନା ଭାର ତୁଲାଇଛନ୍ତି ରାମପ୍ରସାଦ ଛୁରିଆ । ସଂଗୀତର ଭାର ତୁଲାଇଛନ୍ତି ସୁବୋଧ ଏବଂ ମଂଟୁ ଛୁରିଆ । ଲିରିକ୍ସରେ ଅମୂଲ୍ୟ ଦାନସନା ଏବଂ ବିଶ୍ୱଜିତ ଫିଲ୍ମ ଏହି ଗୀତକୁ ଏଡିଟ କରିଛନ୍ତି । ତେବେ ଗୀତଟି କେତେ ଜବରଦସ୍ତ ହୋଇଛି ତାହା ତ କେବଳ ଦେଖିଲେ ଜଣା ପଡିବ । ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More