Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଦୋକାନ ଭଳି ସ୍ୱାଦିଷ୍ଟ ସମ୍ବର

kanaklifestyle
82

ଆବଶ୍ୟକୀୟ ସାମଗ୍ରୀ- କଖାରୁ, ଗାଜର, ଲାଉ,ସଜନା ଛୁଇଁ, ପିଆଜ, ମୂଳା, ଟମାଟୋ, ଭେଣ୍ଡି, ଆଳୁ, ବାଇଗଣ, ପାଳଙ୍ଗ, କୋଶଳା ଶାଗ, କଦଳୀ, ବିନସ, ପୋଟଳ, ହରଡ଼ ଡାଲି ବା ମୁଗଡାଲି ବା ମସୁର ଡାଲି

ପ୍ରଥମେ ଯେକୌଣସି ଡାଲିକୁ ପ୍ରେସରରେ ସିଝାନ୍ତୁ । ଭଲ ଭାବରେ ସିଝିବା ଦରକାର । ମଶୁର ଡାଲି ଏବଂ ହରଡ଼ ଡାଲିକୁ ମିଶାଇ ନେଇ ପାରିବେ । ପରିବାକୁ ଅଲଗା ସିଝାନ୍ତୁ । ଏବେ କଡ଼ାଇରେ ତେଲ, ସୋରିଷ,ଭୃସଙ୍ଗ ପତ୍ର, ହେଙ୍ଗୁ ଓ ଶୁଖିଲା ଲଙ୍କା ପକାନ୍ତୁ । ସେଥିରେ ପରିବା ଓ ଡାଲି ପକାନ୍ତୁ । କିଛି ତେନ୍ତୁଳି ରସ ପକାନ୍ତୁ ଓ ସ୍ୱାଦନୁସାରେ ଲୁଣ । ଏହା ସହିତ ସମ୍ବର ମସଲା । ଏହିଭଳି ପ୍ରସ୍ତୁତ କରନ୍ତୁ ସମ୍ବର । ଧ୍ୟାନ ଦେବେ ଏହା ଯେପରି ମୋଟା ନ ହୁଏ, ତେଣୁ ଠିକ ପରିମାଣର ପାଣି ଦେବେ । ଏହିଭଳି ପ୍ରସ୍ତୁତ କରନ୍ତୁ ସମ୍ବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More