Only for Entertainment

ପାଂଚ ବର୍ଷ ପରେ ପରଦାକୁ ଫେରିଲେ ଏହି ନାୟିକା !

incredibleorissa.com
0 46

ଓଡ଼ିଆ ଚଳଚ୍ଚିତ୍ର ଜଗତର କେତେକ ଲୋକପ୍ରିୟ କଳାକାରଙ୍କ ପୁଅ/ଝିଅ ବି ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି।ଏଇ ଯେଉଁ ଭଳି ଉତ୍ତମ ମହାନ୍ତି-ଅପରାଜିତାଙ୍କ ସୁପୁତ୍ର ବାବୁସାନ୍‌,ମିହିର ଦାସଙ୍କ ପୁଅ ଅମ୍ଳାନ ଓ ପୁଷ୍ପା ପଣ୍ଡାଙ୍କ ଝିଅ ଅନୁଭାଙ୍କ କଥାକୁ ନିଆଯାଇପାରେ।ତେବେ ଆଉ ଜଣେ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ମଧ୍ୟ ୨୦୧୩ରେ ଓଲିଉଡ଼୍‍ରେ ପଦାର୍ପଣ କରିଥିଲେ। ତାଙ୍କ ନାଆଁ ହେଲା ସମ୍ଭାବନା।

ସମ୍ଭାବନା ପ୍ରଥମେ ଗାୟିକାଭାବେ ପରିଚିତ ହୋଇଥିଲେ।ହେଲେ ସେ ଅତିଶ କୁମାର ରାଉତ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମୁଁ ରାଜା ତୁ ରାଣୀ’ରେ ନାୟିକାଭାବେ ପରଦାକୁ ଆସିଥିଲେ।ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସମ୍ଭାବନା।ପ୍ରଥମ ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିବା ପରେ ସମ୍ଭାବନା  ଆଗକୁ ଆଉ କିଛି ସିନେମାରେ ଅଭିନୟ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେଭଳି କିଛି ଘଟିଲା ନାହିଁ।sambhabna

ପ୍ରାୟ ପାଞ୍ଚବର୍ଷ ପରେ ସମ୍ଭାବନା ଅଭିନୟ କ୍ଷେତ୍ରକୁ ଫେରିଛନ୍ତି। ହଁ,ସେ ଏବେ ଏକ ନୂଆ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ଫିମେଲ୍‌ ଲିଡ଼ରେ ଅଭିନୟ କରୁଛନ୍ତି।ଏହି ଫିଲ୍ମରେ ତାଙ୍କୁ ଜଣାଶୁଣା ନାୟକ ସମ୍ବିତଙ୍କ ବିପକ୍ଷରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହା ମଧ୍ୟ ସମ୍ବିତ-ସମ୍ଭାବନା ଯୋଡ଼ିଙ୍କର ପ୍ରଥମ ସିନେମା ହେବ। ଜାଭିରୁଦ୍ଦିନ୍‌ଙ୍କ ପ୍ରଯୋଜିତ ‘ବିଶ୍ୱନାଥ’ ଏକ ଆକ୍‌ସନ୍‌ ଧର୍ମୀ ସିନେମା ହୋଇଥିଲେ  ହେଁ ଏହି ଯୋଡ଼ିଙ୍କର ରୋମାନ୍‌ସ ବି ଦେଖିବାକୁ ମିଳିବ ଏଥିରେ।ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ କିରନ୍‌। ସମ୍ବିତ୍‌ ଓ ସମ୍ଭାବନାଙ୍କ ବ୍ୟତୀତ ଏହି ସିନେମାରେ ମିହିର ଦାସ,ପ୍ରତିଭା ପଣ୍ଡା,ପୃଥ୍ଵିରାଜ୍‌,ସଲିଲ ମିତ୍ର,ଗୁଡ଼ୁ,ମନୀଷା ,ଚୌଧୁରୀ ବିକାଶ ଦାସ ଓ ଏମ୍‌.ଭବାନୀ ପ୍ରମୁଖ ଅଭିନୟ କରୁଛନ୍ତି।ଏହାର ସଂଳାପ ଡ଼ ରଜନୀ ରଂଜନ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More