Only for Entertainment

ଅମିର ଏବଂ କାଜୋଲଙ୍କ ସହିତ କାମ କରିବା ମୋ କ୍ୟାରିୟରର ସବୁଠାରୁ ବଡ ଭୁଲ: ସନାୟା ଇରାନୀ

televisionsworld
0 52

ଟିଭି ଅଭିନେତ୍ରୀ ସନାୟା ଇରାନୀ ଛୋଟ ପରଦାରେ ଖୁବ ସକ୍ରିୟ ଅଛନ୍ତି । ଏହା ସହିତ ସେ ଅମିର ଏବଂ କାଜୋଲଙ୍କ ଫିଲ୍ମ ‘ଫନ୍ନା’ରେ ମଧ୍ୟ ଏକ ଛୋଟ ରୋଲରେ ନଜର ଆସିଥିଲେ । ନିକଟରେ ଏକ ଇଣ୍ଟରଭ୍ୟୁରେ ସନାୟା କହିଛନ୍ତି ଏହି ଫିଲ୍ମରେ କାମ କରିବା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ।

fanna1

ଖବର ଅନୁସାରେ ଇଣ୍ଟରଭ୍ୟୁରେ ସନାୟା କହିଛନ୍ତି ‘ଫିଲ୍ମ ‘ଫନ୍ନା’ରେ ବଲିଉଡ ଡେବ୍ୟୁ କରିବା ମୋ ପାଇଁ ଠିକ ପ୍ରମାଣିତ ହେଲା ନାହିଁ । ମୋତେ ଏହି ରୋଲ କରିବାର ନଥିଲା । ଏହା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା । ଫିଲ୍ମରେ ମୋ ଭୂମିକା ଖୁବ ଛୋଟ ଥିଲା ଏବଂ ଏହା ଦର୍ଶକଙ୍କ ଉପରେ ପ୍ରଭାବ ପକାଇ ପାରିଲା ନାହିଁ ।’

fanaa

ଏହା ସହିତ ସେ କହିଥିଲେ ‘ମୋତେ ଅମିର ଏବଂ କାଜୋଲଙ୍କ ସହିତ କାମ କରି ଖୁବ ମଜା ଲାଗିଲା । ଏହା ନୁହେଁ ଯେ ମୋତେ ଏହା ପରେ ଫିଲ୍ମ ମିଳିନାହିଁ । ଏହା ପରେ ମୋତେ ୨-୩ଟି ଫିଲ୍ମର ମିଳିଥିଲା କିନ୍ତୁ ଛୋଟ ଭୂମିକା କାରଣରୁ ଏହାକୁ ଗ୍ରହମ କରିନଥିଲି । ଏହାକୁ ମଧ୍ୟ ମୁଁ ଭୁଲ ନିର୍ଣ୍ଣୟ କହିବି କାରଣ ଏହି ଫିଲ୍ମ ଗୁଡିକ ହିଟ ହୋଇଥିଲା ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More