Only for Entertainment

ରିଲିଜ ହେଲା ଫିଲ୍ମ ସାଣ୍ଢ କି ଆଖଁ ମନମତାଣିଆ ଗୀତ ‘ବେବି ଗୋଲ୍ଡ’ !

28

୮୦ ବର୍ଷୀୟା ବୁଢିମା ହୋଇ ପରଦାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ତାପସୀ ପନ୍ନୁ ଓ ଭୂମି ପେଡନେକର୍ । ମଧ୍ୟପ୍ରଦେଶର ପ୍ରସିଦ୍ଧ ସୁଟର୍ ଦାଦି ପ୍ରକାଶି ତୋମାର୍ ଓ ଚନ୍ଦ୍ରୋ ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ଏହି ଅପକମିଂ ସିନେମାର ଟାଇଟେଲ୍ ରହିଛି ଶାଣ୍ଢ କି ଆଁଖ୍ । ଫିଲ୍ମର ଆଉ ଏକ ନୂଆ ଗୀତ ଏବେ ରିଲିଜ୍ ହୋଇଛି ।

ତାପସୀ ପନ୍ନୁ ଓ ଭୂମି ପେଡନେକର ଅଭିନୀତି ଫିଲ୍ମ ସାଣ୍ଢ କି ଆଖଁ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଦୀପାବଳି ଅବସରରେ ପରଦାକୁ ଆସିବ ଏହି ଫିଲ୍ମ । ଗୀତର ସମସ୍ତ ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏବେ ଗୋଟେ ପରେ ଗୋଟେ ଗୀତକୁ ରିଲିଜ କରୁଛି ପ୍ରଯୋଜନା ସଂସ୍ଥା । ଏବେ ‘ବେବି ଗୋଲ୍ଡ’ ଟାଇଟେଲରେ ରିଲିଜ ହୋଇଛି ନୂଆ ଗୀତ । ଯେଉଁଥିରେ ତାପସୀ ଓ ଭୂମିଙ୍କ ମନମତାଣିଆ ଅଭିନୟ ଦେଖିବାକୁ ମିଳିଛି ।

ଜ୍ୟୋତିକା ଟାଙ୍ଗରୀ ଓ ସୋନା ମହାପାତ୍ରଙ୍କ କଣ୍ଠରେ ଶୁଣିବାକୁ ମିଳିବ ଏହି ଜବରଦସ୍ତ ଗୀତ । ସିନେମାରେ ଉତ୍ତର ପ୍ରଦେଶର ଫେମସ୍ ସୁଟର୍ ଦାଦି – ପ୍ରକାଶୀ ତୋମାର୍ ଓ ଚନ୍ଦ୍ରୋ ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ସିନେମାରେ ଭୂମି ପେଡନେକର୍ ୮୭ ବର୍ଷିୟ ଚାନ୍ଦ୍ରୋ ତୋମାର୍ ଚରିତ୍ର ତୁଲାଉଥିବାବେଳେ ତାପସୀ ନଜର ଆସିବେ ପ୍ରକାଶି ତୋମାର୍ ଚରିତ୍ରରେ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର୍ ହିରାନନ୍ଦାନି । ୨୫ ଅକ୍ଟୋବର୍ ଦିପାବଳୀ ଅବସରରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More