Only for Entertainment

ସାନିଆ ଏବଂ ପରିଣୀତିଙ୍କ ଏହି ସଂପର୍କ ବିଷୟରେ କେହି ମଧ୍ୟ ଜାଣିନଥିବେ ।

hindustan times
0 38

କଳାକାର ମାନଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ସେ ସବୁ ଫିଲ୍ମ ଏତେ ସୁପରହିଟ ହୁଏଯେ ତାହା ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଏ । ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ଫିଲ୍ମ ଏମଏସ ଧୋନି ଏବଂ ଗୀତା ଫୋଗଟଙ୍କ ବାୟୋପିକ ଫିଲ୍ମ ଦଙ୍ଗଲ ବକ୍ସ ଅଫିସରେ ଧୁମ ମଚାଇଥିଲା ଏହା କାହାକୁ ଅଜଣା ନାହିଁ । କଳାକାର ମାନେ ବାୟୋପିକ ଫିଲ୍ମରେ ଏତେ ନିଖୁଣ ଭାବରେ ଅଭିନୟ କରନ୍ତିଯେ ତାହା ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରିଦିଏ । ଏଥିରୁ ଜଣାପଡ଼ୁଛି ଦର୍ଶକ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫର କାହାଣୀକୁ ଦେଖିବାକୁ ବେଶ ପସନ୍ଦ କରନ୍ତି ।

ମହେନ୍ଦ୍ରଙ୍କ ପରେ ଖେଳାଳୀ ମାନଙ୍କ ବାୟୋପିକ ଫିଲ୍ମକୁ ନେଇ ଲାଇନ ଲାଗିଯାଇଛି । ସେହିଭଳି ଏକ କଥା ଶୁଣିବାକୁ ମିଳିଛି ବ୍ୟାଟମିଂଟନ ଖେଳାଳୀ ସାଇନା ନେହବାଲଙ୍କୁ ନେଇ । ସୂଚନା ମୁତାବକ ସାଇନା ନେହବାଲଙ୍କ ବାୟୋପିକ ଫିଲ୍ମରେ ଶ୍ରଦ୍ଧା କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଶ୍ରଦ୍ଧାଙ୍କୁ ଏହି ଚରିତ୍ରରେ ଅଭିନୟ କରିବା ପାଇଁ କୌଣସି ପ୍ରଯୋଜକ ପସନ୍ଦ କରି ନାହାଁନ୍ତି ବରଂ ନିଜେ ସାଇନା ତାଙ୍କୁ ପସନ୍ଦ କରିଛନ୍ତି । କିନ୍ତୁ ଏକ ଆୱାର୍ଡ ସୋରେ ସାଇନା ନିଜେ ଘୋଷଣା କରିଛନ୍ତିଯେ ଯଦି ତାଙ୍କ ଉପରେ ବାୟୋପିକ ଫିଲ୍ମ ନିର୍ମାଣ କରାଯାଏ ତେବେ ସେ ତାଙ୍କର ଖାସ ବନ୍ଧୁ ପରିଣୀତି ଚୋପ୍ରାଙ୍କୁ ସେହି ଚରିତ୍ରରେ ଦେଖିବାକୁ ଖୁବ ପସନ୍ଦ କରିବେ । ସାଇନାଙ୍କ ଏହି ସ୍ୱପ୍ନ ଖୁବ ଶୀଘ୍ର ସତ ହେବାକୁ ଯାଉଛି । ଫିଲ୍ମ ନିର୍ମାତା କରଣ ଜୋହର ଏବଂ ରୋହିତ ସେଟ୍ଟୀ ଏହି ଟେନିସ ତାରକାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଇଛା କରିଛନ୍ତି ।

ପରିଣୀତି ଏବଂ ସାନିଆଙ୍କ ବନ୍ଧୁତା ଖୁବ ପୁରୁଣା ଏବଂ ଏହି ଦୁଇ ଜଣଙ୍କ ବନ୍ଧୁତା ଏତେ ଘନିଷ୍ଠ ତାହା ସୋସିଆଲ ମିଡିଆରେ ହେଉଥିବା ଅପଡେଟରୁ ଜଣାପଡ଼େ । ତେବେ ପରିଣୀତିଙ୍କ କହିବା ଅନୁସାରେ ୟୁଏସ ଓପନରେ ଖେଳୁଥିବା ସମୟରେ ରାତି ୨ଟରୁ୩ଟା ମଧ୍ୟରେ ସାଇନା ପରିଣୀତିଙ୍କୁ କଲ କରିଥିଲେ । ଏହା ପରେ ପରେ ଆୱାର୍ଡ କାର୍ଯ୍ୟକ୍ରମରେ ତାଙ୍କର ଘୋଷଣାକୁ ନେଇ ସମସ୍ତେ ଭାବିଥିଲେଯେ ପରିଣୀତି ତାଙ୍କ ବାୟୋପିକ ଫିଲ୍ମରେ ଅଭିନୟ କରିବେ । ତେବେ ସାନିଆଙ୍କ କହିବା ଅନୁସାରେ ପରିଣୀତି ସେହି ଦିନଠାରୁ ତାଙ୍କର ପ୍ରିୟ ବନ୍ଧୁ ହୋଇ ଯାଇଥିଲେ ଏବଂ ସେ ଏହା ମଧ୍ୟ କୁହନ୍ତିଯେ ସେ ଦୁଇଜଣଙ୍କର ଶରୀର ଗଠନ ପ୍ରାୟ ଏକା ଭଳି । ତେବେ ପରିଣୀତି ଖୁବ ଶୀଘ୍ର ଅକ୍ଷୟଙ୍କ ଫିଲ୍ମ କେସରୀରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More