Only for Entertainment

ପ୍ରକାଶ ଝାଙ୍କ ଆଗାମୀ ଫିଲ୍ମରେ ସଂଜୟ ଦତ୍ତଙ୍କ ସହିତ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା

zee news
0 40

ବଲିଉଡ ନିର୍ଦ୍ଦେଶକ ପ୍ରକାଶ ଝା ପଲିଟିକାଲ ଡ୍ରାମା ଫିଲ୍ମ ପାଇଁ ବେଶ ଜଣାଶୁଣା । ଗଙ୍ଗାଜଳ, ରାଜନୀତି ପରି ହିଟ ଫିଲ୍ମ ବଲିଉଡକୁ ଦେଇଥିବା ପ୍ରକା ଶ ଝା ଏବେ ଆଗାମୀ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଖବର ଅନୁସାରେ ଫିଲ୍ମ ଅନ୍ୟ ଫିଲ୍ମ ଗୁଡିକ ଠାରୁ ଭିନ୍ନ ରହିବ । କାରଣ ଏହି ଫିଲ୍ମ ଡକାୟତି ଉପରେ ଆଧାରିତ ।

ସୂଚନା ଅନୁସାରେ ଫିଲ୍ମରେ ପ୍ରଥମ ଥର ପାଇଁ ସଂଜୟ ଦତ୍ତଙ୍କ ସହିତ ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ । ଫିଲ୍ମ ପାଇଁ ଦୁଦେଁ ହଁ ମଧ୍ୟ କରିସାରିଛନ୍ତି । ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହୋଇପାରେ । କିନ୍ତୁ ଫିଲ୍ମରେ ଲିଡ ଅଭିନେତ୍ରୀଙ୍କ ଚୟନ ଏପର୍ଯ୍ୟନ୍ତ ହୋଇନାହିଁ ।

ବର୍ତ୍ତମାନ ସଂଜୟ ଦତ୍ତ ଅନେକ ଗୁଡିଏ ବଡ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ସଂଜୟ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାର ୩’, ‘କଳଙ୍କ’, ‘ତୋଡବାଜ’, ‘ପାନିପତ’ ଏବଂ ‘ସମସେରା’ ପରି ଫିଲ୍ମରେ ନଜର ଆସିବେ ।

ଅନ୍ୟ ପକ୍ଷରେ ସିଦ୍ଧାର୍ଥ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକରେ ନଜର ଆସିବେ । ସିଦ୍ଧାର୍ଥଙ୍କୁ ଶେଷଥର ପାଇଁ ‘ଅୟାରୀ’ରେ ନଜର ଆସିଥିଲେ କିନ୍ତୁ ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More