Only for Entertainment

କୋର୍ଟ ଅର୍ଡର ପରେ ଅଟକିଲା ସଂଜୟ ଦତ୍ତ ଏବଂ ୟଶ ଷ୍ଟାରର ‘କେଜିଏଫ୨’ର ସୁଟିଂ !

318

ପୂର୍ବ ବର୍ଷ ରିଲିଜ ହୋଇଥିବା ସାଉଥ ଅଭିନେତା ୟଶଙ୍କ ଫିଲ୍ମ ‘କେଜିଏଫ’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମକୁ ହିନ୍ଦୀ ଅଡିଅନ୍ସ ମଧ୍ୟ ଦେଖିଥିଲେ ଯାହା ତାଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମର ସିକ୍ୱେଲ ‘କେଜିଏଫ୨’ର ଅପେକ୍ଷାରେ ଏବେ ଫ୍ୟାନ୍ସ । ଏହି ଫିଲ୍ମରେ ୟଶଙ୍କ ବ୍ୟତୀତ ସଂଜୟ ଦତ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏବେ ଖବର ଶୁଣିବାକୁ ମିଳିଛି ଯେ କୋଲାର ଗୋଲ୍ଡ ସୁଟିଂ ପାଇଁ କୋର୍ଟ ଅର୍ଡର ଦେବା ଉପରେ ରୋକ ଲଗାଇଛି । ରିପୋର୍ଟ ମୁତାବକ ଏହି ଫିଲ୍ମ କୋଲାର ଗୋଲ୍ଡ ପଡିଆର ସାୟନାଇଡ ପର୍ବତ ଉପରେ ସୁଟିଂ ଚାଲିଥିଲା ଏବଂ କୋର୍ଟ ଅର୍ଡର ଦେଇ ପରେ ଏହା ଉପରେ କଟକଣା ଲଗାଇଛନ୍ତି । ଶୁଣିବାକୁ ମିଳିଛି ଯେ ଜଣେ ଲୋକାଲ ରେଜିଡେଂଟ ଏହା ଉପରେ ମାମଲା ଦାୟର କରିଛନ୍ତି ଏବଂ ଆରୋପ ଲଗାଇଛନ୍ତି ଯେ ଫିଲ୍ମ ପାଇଁ ସେଟ ବନାଇ ପର୍ବତ ଏବଂ ସେଠିକାର ବାତାବରଣକୁ ନଷ୍ଟ କରୁଛନ୍ତି । ଫିଲ୍ମର ସୁଟିଂ ଚଳିତ ମାସ ଆରମ୍ଭ ହୋଇଥିଲା ।

ଏହାମଧ୍ୟରେ ଏଠାରେ କହି ରଖୁଛୁ ଯେ, ‘କେଜିଏଫ୨’ର ପୋଷ୍ଟର ସଂଜୟ ଦତ୍ତ ୬୦ତମ ଜନ୍ମଦିନରେ ରିଲିଜ ହୋଇଥିଲା । ଫିଲ୍ମରେ ସଂଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ । ପ୍ରଶାନ୍ତ ନୀଲ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More