Only for Entertainment

ସଂଜୟ ଦତ୍ତଙ୍କ ରୂପରେ ଏପରି ବଦଳିଲେ ରଣବୀର କପୁର, ମେକିଂ ଭିଡିଓ ଭାଇରାଲ !

khabar NDTV
0 58

ଫିଲ୍ମ ସଂଜୁ  ଯେଉଁକାରଣରୁ ସବୁଠାରୁ ଅଧିକ ପ୍ରଶଂସା ପାଇଛି ତାହା ହେଉଛି ରଣବୀର କପୁରଙ୍କ ଲୁକ । ଫିଲ୍ମରେ ଅନେକ ସିନ ଅଛି ଯେଉଁଠି ସଂଜୟ ଦତ୍ତ ଏବଂ ରଣବୀରଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡିଥିଲା । ଫିଲ୍ମ ସଂଜୁର ମେକିଂ ଭିଡିଓ ରିଲିଜ ହୋଇ ଯାଇଛି ଯେଉଁଥିରେ ରଣବୀରଙ୍କୁ ସଂଜୟ ଦତ୍ତଙ୍କ ଭଳି ଦେଖାଯିବା ଲାଗି ସମସ୍ତ ଚେଷ୍ଟା ଚାଲିଛି ।

ଅନେକ ଚେଷ୍ଟା ପରେ ରାଜ କୁମାର ହୀରାନି କିଛି ସମୟ ପାଇଁ ଭାବି ନେଇଥିଲେ ଯେ ବୋଧ ହୁଏ ସଂଜୁ ଏହି ଫିଲ୍ମ ପାଇଁ ଫିଟ ନୁହଁନ୍ତି ମାତ୍ର କିଛି ସମୟ ପରେ ହାର ନମାନି ଆଉ ଏକ ପ୍ରୟାସ ପରେ ସେ ସଂଜୁଙ୍କ ଲୁକ ପାଇ ଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ ମ୍ୟାଚ କରିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ବକ୍ସ ଅଫିସରେ କମାଲ କରିଛି ଏହି ଫିଲ୍ମ । ରିଲିଜ ହେବାର ଗୋଟେ ସପ୍ତାହ ମଧ୍ୟରେ ୨୦୦କୋଟି ବ୍ୟବସାୟ ପାର କରିନେଇଛି । ଫିଲ୍ମଟି ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ରଣବୀର କପୁର, ବିକ୍କି କୌଶଲ ଏବଂ ପରେଶ ରାୱଲଙ୍କ ଅଭିନୟକୁ ଖୁବ ପ୍ରଶଂସା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More