Only for Entertainment

‘ସଂଜୁ’ଫିଲ୍ମର ନୂଆ ପୋଷ୍ଟର ଆସିଲା ନଜର, ସଂଜୟଙ୍କ ବନ୍ଧୁ ରୂପେ ନଜର ଆସିଲେ ବିକ୍କି କୌଶଲ ।

amarujala
0 56

ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ଟିଜର ରିଲିଜ ହେଲା ପରେ ଅନେକ ଲୋକ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଉଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ତାଙ୍କର ୩୦୮ଟି ଗର୍ଲଫ୍ରେଣ୍ଡ ଥିଲେ । ପ୍ରତିଦିନ ଫିଲ୍ମର କିଛି ନା କିଛି ପୋଷ୍ଟର ରିଲିଜ ହେବାରେ ଲାଗିଛି । ଫିଲ୍ମ ରିଲିଜ ପୂର୍ବରୁ ନିର୍ମାତା ପ୍ରଶଂସକଙ୍କ ମନରେ ଏଭଳି ଗଭୀର ଉତ୍ସାହ ଜନ୍ମାଇ ସାରିଲେଣି ଯେ ଦର୍ଶକ ଫିଲ୍ମ ରିଲିଜକୁ ଚାତକ ଭଳି ଚାହିଁ ବସିଛନ୍ତି ।

ନିକଟରେ ରିଲିଜ ହୋଇଥିବା ପୋଷ୍ଟରରେ ସଂଜୟ ଦତ୍ତଙ୍କ ଭୁମିକା ଚୁଲାଉଥିବା ରଣବୀର ତାଙ୍କ ବନ୍ଧୁ ବିକ୍କି କୌଶଲ ମସ୍ତି ମିଜାଜରେ ନଜର ଆସିଛନ୍ତି । ବିକ୍କି କୌଶଲ କୁମାର ଗୌରବଙ୍କ ଭୂମିକା ତୁଲାଉଛନ୍ତି ।

ଏହି ପୋଷ୍ଟରକୁ ସେୟାର କରି ରାଜକୁମାର ହୀରାନି ଲେଖିଛନ୍ତି ଯେ , ବିକ୍କତ କୌଶଲ ଜଣେ ମଜାଳିଆ ବ୍ୟକ୍ତି ଏବଂ ତାଙ୍କ ସହ କାମ କରି ସେ ଖୁବ ମଜା କରିଥିବା କହିଛନ୍ତି । ସେ ସଂଜୁଙ୍କର ଜଣେ ଉତ୍ତମ ବନ୍ଧୁ ଭୂମିକାରେ ନଜର ଆସିବେ । ଆଉ ଦୁଇ ଦିନ ପରେ ସଂଜୁର ଟ୍ରେଲର ପରଦାକୁ ଆସିବ , ମାତ୍ର ଫିଲ୍ମ ରିଲିଜ ହେବ ୨୯ଜୁନରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More