Only for Entertainment

ସଂଜୟ ଦତ୍ତଙ୍କ ବାୟୋପିକ ଟିଜର ହେଲା ରିଲିଜ, ଘୋଷଣା କରାଗଲା ଫିଲ୍ମର ନା ।

BOLLYWOOD TADKA
0 44

ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଉପରେ ଆଧାରିତ ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଫିଲ୍ମର ନା ମଧ୍ୟ ଘୋଷଣା କରାଯାଇଛି । ଫିଲ୍ମର ନା ରହିଛି ସଂଜୁ । ହାରାହାରି ୨୫ସେକେଣ୍ଡର ଏକ ଟିଜର କରାଯାଇଛି ରିଲିଜ । ଏଥିରେ ରଣବୀର କପୁର ସଂଜୟ ଦତ୍ତଙ୍କ ଯୁବାବସ୍ଥାରୁ ନେଇ ପୁନେର ୟେରବଡା ଜେଲରେ କଏଦୀ ହେବା ପର୍ଯ୍ୟନ୍ତ କାହାଣୀରେ ଅଭିନୟ କରିଛନ୍ତି । ଜଣେ ବ୍ୟକ୍ତି ଏବଂ ତାଙ୍କର ଭିନ୍ନ ଜୀବନଶୈଳୀକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ କରାଯାଇଛି ।

ଏହି ଫିଲ୍ମଟିର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜକୁମାର ହିରାନୀ । ଉକ୍ତ ଫିଲ୍ମରେ ସଂଜୟ ଦତ୍ତ ଡ୍ରଗ୍ସ ନେବା ଠାରୁ ଆରମ୍ଭ କରି ରାଇଫଲ ରଖିବା ପର୍ଯ୍ୟନ୍ତ ସମସ୍ତ ବିଷୟ ଖୋଲାଖୋଲି ଭାବେ ଦର୍ଶକ ଉପଭୋଗ କରିବେ ।

ଆଜିର ଯୁବାପିଢିଙ୍କୁ ଉତ୍ତମ ଶିକ୍ଷା ଦେବା ଲାଗି ଏହି ଫିଲ୍ମ ପ୍ରସ୍ତୁ୍ତ କରାଯାଇଛି । ଏହି ଫିଲ୍ମରେ ତାଙ୍କ ସାଥ ଦେବେ ଅନୁଷ୍କା ଶର୍ମା, ଦିୟା ମିର୍ଜା, ସୋନମ କପୁର, ପରେଶ ରାୱଲ, ବମନ ଇରାନୀ ଏବଂ କୌଶଲ ଭଳି କଳାକାର । ‘ସଂଜୁ’ଫିଲ୍ମ ୨୯ଜୁନରେ ପରଦାକୁ ଆସିବ ବୋଲି ଘୋଷଣା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More