Only for Entertainment

ନିର୍ବାଚନକୁ ନେଇ ମୁହଁ ଖୋଲିଲେ ସଂଜୟ, ଉଠୁଥିବା ଗୁଜବକୁ କଲେ ଖଣ୍ଡନ !

43

ବଲିଉଡ ଅଭିନେତା ସଂଜୟ ଦତ୍ତ ନିର୍ବାଚନ ଲଢିବାକୁ ନେଇ କିଛି ଦିନ ଚର୍ଚ୍ଚା ଲାଗି ରହିଥିଲା । ଏବେ ସଂଜୟ ଦତ୍ତ ଏହି ଖବରକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ନିର୍ବାଚନ ଲଢୁନାହାନ୍ତି । ସଂଜୟ ଦତ୍ତ ନିଜ ଭେରିଫାଈଡ ଟ୍ୱିଟର ଅକାଉଂଟରେ ଏହି ସୂଚନା ଦେଇଛନ୍ତି । ଏହାସହ କହିଥିଲେ ସେ ଦେଶ ସହ ଛିଡା ହୋଇଛନ୍ତି ଏବଂ ନିଜ ପ୍ରିୟା ଦତ୍ତାଙ୍କୁ ସପୋର୍ଟ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ମନମୋହନ ସରକାରଙ୍କ ଶାସନକାଳରେ ଖେଳମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୫ମଧ୍ୟରେ ସେ ଏହି କାର୍ଯ୍ୟ ଭାର ସମ୍ଭାଳିଥିଲେ । ସୁନୀଲଙ୍କ ଝିଅ ପ୍ରିୟା ମଧ୍ୟ ସାଂସଦ ରହିସାରିଲେଣି ।

ଏଠାରେ ଆମେ କହି ରଖୁଛୁ ଯେ ଖବର ଶୁଣିବାକୁ ମିଳିଥିଲା ସଂଜୟ ଦତ୍ତ ଗାଜିଆବାଦ ଜିଲ୍ଲାରୁ ନିର୍ବାଚନ ଲଢିବେ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ରିପୋର୍ଟ ମୁତାବକ ୟୁପିରେ ଏସପି-ବିଏସପି ଗଡବନ୍ଧନରେ କୁମାର ବିଶ୍ୱାସଙ୍କୁ ସଂଜୟଙ୍କ ବିପକ୍ଷରେ ନିର୍ବାଚନ ଲଢାଯାଇପାରେ । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଫିଲ୍ମ କଳଙ୍କରେ ସଂଜୟଙ୍କର ମୁଖ୍ୟ ଭୂମିକା ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More