Only for Entertainment

ଝିଅକୁ ବଲିଉଡଠାରୁ ଦୂରରେ ରଖିବାକୁ ଚାହାଁନ୍ତି ସଂଜୟ ଦତ୍ତ ।

dnaindia
0 32

ସଂଜୟ ଦତ୍ତଙ୍କ ଝିଅ ତ୍ରୀଶାଳା ନିକଟରେ ଇଂଷ୍ଟାଗ୍ରାମରେ ଲାଇଭ ଆସିଥିଲେ । ଇଂଷ୍ଟାଗ୍ରାମର ନୂଆ ଫିଚର ଆକ୍ସ ମି ୱାନ କ୍ୱଶ୍ଚିନ ଜରିଆରେ ଫ୍ୟାନମାନେ ତ୍ରୀଶାଳାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହା ଉତ୍ତର ମଧ୍ୟ ସେ ଦେଇଥିଲେ । ସୋସିଆଲ ମିଡିଆରେ ଲୋକମାନେ ପଚାରିଥିଲେ ସଂଜୟ ଦତ୍ତଙ୍କ ଝିଅ ହୋଇଥିବାରୁ କେମିତି ଫିଲ ହେଉଛି । ଆପଣ ମା କିମ୍ବା ବାପା କାହାର ବେଶୀ ନିକଟତର । ଆମେରିକାରେ ପ୍ୟାରେଣ୍ଟସଙ୍କ ବିନା ରହିବାର ଅନୁଭବ କ’ଣ । ଏହାର ଉତ୍ତର ସେ ଲେଖିଥିଲେ ରାଗ ଏବଂ ଆଟିଡ୍ୟୁଡ ମାମଲାରେ ମୁଁ ମୋ ପିତା ସଂଜୟ ଦତ୍ତଙ୍କ ପରି । ସଂଜୟ ଦତ୍ତଙ୍କ ଝିଅ ହେବା ମୋ ପାଇଁ ସାମାନ୍ୟ ଅନୁଭବ ।

trishala-dutt-with-sanjay-dutt

ତ୍ରୀଶାଲା ନ୍ୟୁୟର୍କରେ ନିଜ ମାଉସୀଙ୍କ ଘରେ ରହି ପଢୁଛନ୍ତି । ତ୍ରୀଶାଳା ସଂଜୟ ଦତ୍ତ ଏବଂ ତାଙ୍କର ପ୍ରଥମ ପତ୍ନୀ ରୁଚା ଶର୍ମାଙ୍କ ଝିଅ । ଦୁହିଁଙ୍କ ବିବାହ ୧୯୮୭ରେ ହୋଇଥିଲା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୮୮ରେ ତ୍ରୀଶାଳା ଜନ୍ମ ହୋଇଥିଲେ । ତାଙ୍କ ମା’ ରିଚା ଶର୍ମାଙ୍କ ମୃତ୍ୟୁ ୧୦ ଡିସେମ୍ବର ୧୯୯୬ରେ ବ୍ରେନ ଟ୍ୟୁମରରେ ହୋଇଥିଲା । ଶୁଣିବାକୁ ମିଳିଛି ଯେ ତ୍ରୀଶାଳା ପଢା ପୁରା କରିସାରିବା ପରେ ବଲିଉଡରେ ଏଣ୍ଟ୍ରି କରିବାକୁ ଚାହାଁନ୍ତି କିନ୍ତୁ ପିତା ସଂଜୟ ଦତ୍ତ ଏହାକୁ ବିରୋଧ କରୁଛନ୍ତି ।

Wallpaper2

କିଛି ଦିନ ପୂର୍ବେ ତ୍ରୀଶାଲା ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ସହିତ ଅନେକ ଫଟୋ ସେୟାର କରିଥିଲେ । ଖବର ଅନୁସାରେ ସଂଜୟ ଦତ୍ତ, ମାନ୍ୟତା ଏବଂ ତାଙ୍କର ଦୁଇ ଛୁଆଙ୍କ ସହିତ ସେଲିବ୍ରେଟ କରିବା ପାଇଁ ପାଇଁ ଦୁବାଇ ଯାଇଥିଲେ । ତ୍ରୀଶାଳା ମଧ୍ୟ ତାଙ୍କ ସହିତ ସମୟ ବିତାଇବା ପାଇଁ ପହଁଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More