Only for Entertainment

ସଂଜୟଙ୍କ ଜୀବନର ପୂରା କାହାଣୀ,ଅମ୍ବାନୀ ଘରର ଏହି ବୋହୁଙ୍କ ପାଇଁ ଗୁଳି ଚଳାଇଥିଲେ ।

amarujala
0 92

ସଂଜୟ ଦତ୍ତଙ୍କ ବାୟୋପିକ ସଂଜୁର ଟିଜର ରିଳିଜ ହେବା ପରେ ସମସ୍ତେ ତାଙ୍କ ବାସ୍ତବ ଜୀବନ ବିଷୟରେ ଆଲୋଚନା କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛିଯେ ତାଙ୍କର ୩୦୮ ଗର୍ଲଫ୍ରେଣ୍ଡ ଥିଲେ । ତେବେ ସଂଜୁର ଆଉ ଏକ ପୋଷ୍ଟର ରିଲିଜ ହୋଇଛି,ଯେଉଁଥିରେ ପରେଶ ରାୱଲ ତାଙ୍କୁ ସମ୍ଭାଳିଥିବା ନଜର ଆସିଛନ୍ତି । ପରେଶ ସଂଜୟ ଦତ୍ତଙ୍କ ବାପା ସୁନିଲ ଦତ୍ତଙ୍କ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ସୋନମ ଟୀନା ମୁନିମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

ଟୀନା ସଂଜୟଙ୍କ ଡେବ୍ୟୁ ଫିଲ୍ମ ‘ରକି’ରେ ହିରୋଇନ ଥିଲେ ଏବଂ ସଂଜୟ ଦତ୍ତଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ । ସେ ଦୁଇଜଣ ପିଲାଟି ଦିନରୁ ସାଙ୍ଗ ଥିଲେ । ଦୁଇଜଣଙ୍କର ଭଲପାଇବା ବଢିବା ଦେଖି ସୁନିଲ ଦତ୍ତ ସେ ଦୁଇଜଣଙ୍କୁ ନେଇ ଫିଲ୍ମ ‘ରକି’ ନିର୍ମାଣ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ ହୋଇଥିଲା । ସଂଜୟଙ୍କ ସହିତ କାମ କରିବାକୁ ଟୀନା ସେହି ଫିଲ୍ମ ଚାଡ଼ିଥିଲେ ଯାହା ଜବରଦସ୍ତ ଇନକମ କରିଥିଲା । ସଂଜୟ ତାଙ୍କ ଏଙ୍ଗଲଟ ବୟସ ପର୍ଯ୍ୟନ୍ତ ଡ୍ରଗ୍ସ ଏବଂ ଆଲକହଲ ଏଡିକ୍ଟେଡ ଥିଲେ । ପ୍ରତ୍ୟେକ ପରିସ୍ଥିତରେ ଟୀନା ସଂଜୟଙ୍କୁ ସମ୍ଭାଳିଥିଲେ । ଏହା ବ୍ୟତୀତ ସେ ତାଙ୍କ କ୍ୟାରିଅରକୁ ମଧ୍ୟ ପଛରେ ଛାଡ଼ି ଦେଇଥିଲେ ।

ଟୀନା ସଂଜୟଙ୍କୁ ଖୁବ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ସଂଜୟ ନବୁଝିବାରୁ ସେ ସବୁଠାରୁ ବଡ଼ ନିଷ୍ପତ୍ତି ନେଲେ । ସେ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ । ଟୀନାଙ୍କ ଯିବା କଷ୍ଟକୁ ସଂଜୟ ସହ୍ୟ କରିପାରିଲେ ନାହିଁ । ଦିନ ରାତି ନିଶାରେ ବୁଡ଼ି ରହୁଥିଲେ । ଦିନେ ରାତିରେ ସେ ଏଭଳି କିଛି କଲେ ଯାହା କେହି ମଧ୍ୟ ଆଶା କରିନଥିଲେ ।

୨୨ ମଇ ୧୯୮୨,ଗରମ ରାତି । ସମସ୍ତେ ନିଜ ଘରେ ଶୋଇଥିଲେ । ସେ ତାଙ୍କ ପାଲି ହିଲ ସ୍ଥିତ ଘରେ ପହଂଚିଲେ ଏବଂ ତାଙ୍କ ୨୨ ବୋ ରାଇଫଲରେ ଫାୟାରିଙ୍ଗ କରିବାକୁ ଲାଗିଲେ । ଶବ୍ଦ ଶୁଣି ପଡ଼ୋଶୀ ଘରୁ ବାହାରକୁ ଆସିଲେ । ସଂଜୟଙ୍କୁ ଦେଖି ସମସ୍ତେ ଆଶ୍ଚଯ୍ୟ ହୋଇଗଲେ । ନିଶାରେ ସେ ଟଳମଳ ହେଉଥିଲେ । ତାଙ୍କ ହାତରୁ ରକ୍ତ ବାହାରୁଥିଲା । କେହି କିଛି ପଚାରବା ପୂର୍ବରୁ ସେ ଜୋରରେ ଚିଲାଇ କାନ୍ଦିବାକୁ ଲାଗିଲେ । ଏହାପରେ କହିଲେ ଆପଣ ସମସ୍ତେ ମୋତେ ଡରୁଛନ୍ତି କାହିଁକି?ମୁଁ ଡ୍ରଗ୍ସ ଏଡିକ୍ଟେଡ ନୁହେଁ,ମୁଁ ଡ୍ରଗ୍ସ ଛାଡ଼ିଦେଇଛି । ଟୀନା ଛାଡ଼ି ଚାଲିଯିବା ପରେ ସଂଜୟଙ୍କର ଏଭଳି ଅବସ୍ଥା ହୋଇଥିଲା । ଟୀନା ତାଙ୍କୁ ଖୁବ ମନେ ପଡ଼ୁଥିଲେ । ଟୀନାଙ୍କ ବିନା ସେ ଏକା ହୋଇଯାଇଥିଲେ । ତେଣୁ ସମସ୍ତେ ଡରି ଯାଇଥିଲେ । ସେ କିଛି କରିବା ପୂର୍ବରୁ କେହି ଜଣେ ପୋଲିସକୁ କଲ କରି ଡାକିଦେଲେ । କିଛି ସମୟ ପରେ ସଂଜୟ ଦୌଡ଼ି ଘର ମଧ୍ୟକୁ ଚାଲିଗଲେ । ନିଜକୁ ଏକ ଘର ମଧ୍ୟରେ ବନ୍ଦ କରିଦେଲେ । କିଛି ସମୟ ପରେ ସଂଜୟଙ୍କ ଧରିବା ପାଇଁ ପୋଲିସ ପହଂଚିଲା । ପୂରା ଘର ଖୋଜିବା ପରେ ସଂଜୟ ମିଳିନଥିଲେ । ଖବର ଅନୁସାରେ ସଂଜୟଙ୍କର କେହି ବନ୍ଧୁ ତାଙ୍କୁ ଲୁଚାଇ ରଖିଥିଲେ । ସେହି ସମୟରେ ସୁନିଲ ଦତ୍ତ ସୁଟିଂ ପାଇଁ ୟୁଏସରେ ଥିଲେ । ଦୁଇଝିଅଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ସଂଜୟଙ୍କ ଭିଣୋଇ ଟୀନା ମୁନିମଙ୍କ ସୁଟିଂ ପାଇଁ ଆମେରିକା ଯାଇଥିଲେ । ସେ ଏହି କଥା ଜାଣିବା ପରେ ସୁଟିଂ ବନ୍ଦ କରିଦିଆଗଲା । ପୂରା ଟିମ ସେଠାରୁ ଚାଲିଆସିଲେ ।

ସମସ୍ତ କଥା ଜାଣିବା ପରେ ମଧ୍ୟ ଟୀନାଙ୍କ କଲ ଆସିନଥିଲା । ମନେ ମନେ ସଂଜୟ କେବଳ ଏହି କଥା ଭାବୁଥିଲେ । ସଂଜୟ ଏହି କଥାକୁ ଗ୍ରହଣ କରିପାରୁନଥିଲେଯେ ଟୀନା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ସେହି ସମୟରେ ସଂଜୟ କହିଲେଯେ ସୁଟିଂ ସରିଛି,ସମସ୍ତେ ଆସିଛନ୍ତି କିନ୍ତୁ ସେ ଏପର୍ଯ୍ୟନ୍ତ କାହିଁକି ଆସିନାହାଁନ୍ତି । ମୁଁ ତାକୁ ବହୁତ ଭଲପାଏ । ମୁଁ ତା ବ୍ୟତୀତ ବଂଚିବା କଥା ମଧ୍ୟ ଭାବି ପାରୁନାହିଁ । ଦିନ ବିତିବା ସହ ସଂଜୟ ନିଶାରେ ବୁଡ଼ି ରହିଲେ ।
ଟୀନା ମୁନିମ ଏବେ ଅମ୍ବାନୀ ପରିବାରର ସାନ ବୋହୁ । ସେ ୧୯୯୧ରେ ଅନିଲ ଅମ୍ବାନୀଙ୍କୁ ବିବାହ କରିନେଲେ । ଏହା ବ୍ୟତୀତ ସେ ରିଲାଏନ୍ସ ଗ୍ରୁପର ଚେୟାରପର୍ସନ ତାଙ୍କର ଅଂଶୁଲ ଏବଂ ଅନମୋଲ ନାମକ ଦୁଇଝିଅ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More