Only for Entertainment

ରାଜନୀତିରେ ଯୋଗ ଦେବା ଚର୍ଚ୍ଚାକୁ ଖଣ୍ଡ କଲେ ସଂଜୟ ଦତ୍ତ, କହିଲେ ଏହି କଥା

google
23

କିଛି ସମୟ ପୂର୍ବରୁ ଖବର ମିଳିଥିଲା କି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବରକୁ ମିଛ ବୋଲି କହିଛନ୍ତି ସଞ୍ଜୟ ଦତ୍ତ । ସେ ଏବେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ମୁଁ କୌଣସି ରାଜନୈତିକ ଦଳ ସହ ଯୋଡ଼ି ହେବି ନାହିଁ । ଜାନକର ମୋର ଭଲ ବନ୍ଧୁ ଓ ଭାଇ ଭଳି । ମୁଁ ତାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ବୋଲି କହିଥିଲେ ।

ସୂଚନା ମୁତାବକ, ସଞ୍ଜୟ ଦତ୍ତ ରାଜନୀତିରେ ଯୋଗ ଦେବେ ବୋଲି କହିଥିଲେ ରାଷ୍ଟ୍ରୀୟ ସମାଜ ପାର୍ଟିର ନେତା ମହାଦେବ ଜାନକର । ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ମହାଦେବ ଜାନକର ଦାବି କରିଥିଲେ କି, ସଞ୍ଜୟ ଦତ୍ତ ରାଷ୍ଟ୍ରୀୟ ସମାଜ ପାର୍ଟି ସହ ଯୋଡ଼ି ହେବେ । ସେପ୍ଟେମ୍ବର ୨୫ରେ ସଞ୍ଜୟ ଦତ୍ତ ଦଳରେ ସାମିଲ ହେବେ ବୋଲି କହିଥିଲେ ମଧ୍ୟ ଏବେ ସଞ୍ଜୟ ଏହି ଖବରକୁ ମିଛ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More