Only for Entertainment

ଫିଲ୍ମରେ ଜବରଦସ୍ତ ଜଲୱା ଦେଖାଇବାକୁ ପରଦାକୁ ଫେରୁଛନ୍ତି ସଂଜୟ ଦତ୍ତ ।

amarujala
0 37

ସଂଜୟ ଦତ୍ତଙ୍କ ଫିଲ୍ମ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାର ଥ୍ରି’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏପର୍ଯ୍ୟନ୍ତ ଏହି ଫିଲ୍ମର ଦୁଇଟି ପୋଷ୍ଟର ଏବଂ ଗୋଟିଏ ମୋଶନ ପୋଷ୍ଟର ରିଲିଜ ହୋଇ ସାରିଛି । ଏହି ମଧ୍ୟରେ ଦ୍ୱିତୀୟ ମୋଶନ ପୋଷ୍ଟରକୁ ରିଲିଜ କରାସରିଛି । ଏହି ପୋଷ୍ଟରକୁ ସଂଜୟ ଦତ୍ତ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ଏହା ସହିତ ସଂଜୟ ଦତ୍ତ ଏକ କ୍ୟାପ୍ସ ମଧ୍ୟ ଲେଖିଛନ୍ତି ।

ଏହି ମୋଶନ ପୋଷ୍ଟରରେ ସଂଜୟ ଦତ୍ତଙ୍କ ବ୍ୟତୀତ ଜିମି ସେରଗିଏ,ମାହି ଗିଲ,ଚିତ୍ରାଗଦା ସିଂ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ସାମ୍ନାକୁ ଆସିଥିବା ଅନ୍ୟ ପୋଷ୍ଟର ଅପେକ୍ଷା ଏହି ପୋଷ୍ଟର ଭିନ୍ନ ।

ଏହି ଫିଲ୍ମ ମାଧ୍ୟମରେ ନଫିସା ଅଲି ଲମ୍ବା ସମୟ ପରେ ବନ ପରଦାରେ ନଜର ଆସିବେ । ଏହି ଫିଳ୍ମରେ ସେ ସଂଜୟ ଦତ୍ତଙ୍କ ମା ଚରିତ୍ରରେ ନଜର ଆସିବେ । ଅନ୍ୟ ପକ୍ଷରେ ତିନି ଦଶକ ପରେ ସଂଜୟ ଦତ୍ତ ଏବଂ କବୀର ବେଦୀ ଏକା ସାଙ୍ଗରେ କାମ କରିବେ । ଶେଷ ଥର ଦୁଇଜଣ ୟଲଗାର ଫିଲ୍ମରେ ନଜର ଆସିଥିଲେ ।

ପୂର୍ବ ଦୁଇଟି ଫିଲ୍ମ ଭଳି ଏହି ଫିଲ୍ମରେ ମଧ୍ୟ ଜିମି ସେରଗିଲ ଏବଂ ତାଙ୍କ ପତ୍ନୀ ମାହି ଗିଲ କେନ୍ଦ୍ରବିନ୍ଦୁ ଭାବରେ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ୨୦୧୧ ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟାରର ଫ୍ରାଂଚାଇଜ । ଏହି ଦୁଇଟି ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳିଥିଲା । ତେବେ ଏହି ଫିଲ୍ମଟି ହିଟ ହେବ ବୋଲି ଆଶା କରାଯାଉଛି । ଶନିବାର ଦିନ ଏହାର ଟ୍ରେଲର ରିଲିଜ ହେବ । ଫିଲ୍ମ ୨୭ ଜୁଲାଇକୁ ରିଲିଜ ହେବ ବୋଲିି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More