Only for Entertainment

ରାମଲୀଲା, ବାଜିରାଓ ମସ୍ତାନୀ କି ପଦ୍ମାବତ ନୁହେଁ , ଏହି ଫିଲ୍ମ ଅଟେ ଭଂସାଲୀଙ୍କ କ୍ୟାରିଅରର ସବୁଠାରୁ ବଡ ଚ୍ୟାଲେଂଜିଂ ଫିଲ୍ମ !

52

ପ୍ରସିଦ୍ଧ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ କିଛି ଦିନ ହେବ ନିଜ ଆଗାମୀ ପ୍ରୋଜେକ୍ଟ ‘ବୈଜୁ ବାବରା’ର ପ୍ରସ୍ତୁତିରେ ଲାଗିପଡିଛନ୍ତି । ତାଙ୍କର କହିବା ମୁତାବକ ଏବେ ପର୍ଯ୍ୟନ୍ତ ଯେତେେ ଫିଲ୍ମ ହୋଇଛି ସେଥିମଧ୍ୟରୁ ଏହି ଫିଲ୍ମ ତାଙ୍କ କ୍ୟାରିଅରର ସବୁଠାରୁ ବଡ ଫିଲ୍ମ ହେବାକୁ ଯାଉଛି ।

ଭଂସାଲୀ ପ୍ରଥମଥର ସଙ୍ଗୀତ ଉପରେ ଆଧାରିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ । ଏହା ଦୁଇ ଗାୟକଙ୍କ କାହାଣୀ ଉପରେ ଆଧାରିତ ହେବ, ଯେଉଁଥିରେ ପାଖାପାଖି ଡର୍ଜନ ଗୀତ ରହିବ । ନିର୍ଦ୍ଦେଶକ କହିଛନ୍ତି ଯେ ୧୯୫୨ରେ ଆସିଥିବା ଏହି ଫିଲ୍ମ ବୈଜୁ ବାବରାରେ ସଂଗୀତ ନୌସାଦ ସାହେବ ଯେଉଁ ଉଚ୍ଚସ୍ତର ଛୁଈଁଥିଲେ , ସେ ବିଷୟରେ ସେ ଭାବିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି । ତାଙ୍କର ସ୍ତରରେ ପହଂଚିବା ଖୁବ କଠିନ କାମ । ଏହି ଫିଲ୍ମ ଦୀପାବଳି ୨୦୨୧ରେ ରିଲିଜ ହେବ । ଫିଲ୍ମର ମୁଖ୍ୟ ଭୂମିକାରେ ରଣବୀର ସିଂଙ୍କୁ ଚୟନ କରାଯାଇଥିବା ଖବର ସାମ୍ନାକୁ ଆସିଛି ।

ଯଦି ଏଭଳି ହୁଏ ତେବେ ଏହା ଚତୁର୍ଥ ଥର ହେବ ଯେଉଁଥିରେ ରଣବୀର ସିଂ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ନଜର ଆସିବେ । ଏହାପୂର୍ବରୁ ସେ ଗୋଲିୟୋଁ କେ ରାସଲୀଲା ‘ରାମଲୀଲା’, ବାଜିରାଓ ମସ୍ତାନୀ, ପଦ୍ମାବତରେ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More