Only for Entertainment

ଅକ୍ଷୟ କୁମାର ଏବଂ ପ୍ରଭାସ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ଫିଲ୍ମ ‘ମନବୈରାଗୀ’ର ପ୍ରଥମ ଲୁକ !

24

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର୍ । ବି-ଟାଉନରେ ମୋଦୀଙ୍କ ଉପରେ ପ୍ରସ୍ତୁତ ହେବାକୁ ଥିବା ଦ୍ୱିତୀୟ ଫିଲ୍ମ ‘ମନ ବୈରାଗୀ’ର ଫାଷ୍ଟ ଲୁକ୍ ସେୟାର୍ କରି ଅକ୍ଷୟ କୁମାର୍ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସଂଜୟ ଲୀଲା ଭଂଶାଲି ଏହି ସିନେମାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ପୋଷ୍ଟର୍ ସେୟାର୍ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ଅକ୍ଷୟ କୁମାର୍ ।

ଅକ୍ଷୟ କୁମାରଙ୍କ ସହ ସାଉଥ ସୁପର୍ଷ୍ଟାର୍ ପ୍ରଭାସ ମଧ୍ୟ ଫିଲ୍ମର ପୋଷ୍ଟର୍ ସେୟାର୍ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୧ ଘଂଟା ଅବଧିର ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର କାହାଣୀ, ପ୍ରଯୋଜନା ସହ ନିର୍ଦ୍ଦେଶନା ଦେବେ ସଂଜୟ ଲିଲା ଭଂଶାଲୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More