Only for Entertainment

‘ହୀରା ମଣ୍ଡି’ରହିଛି ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମର ନାଁ . ଏହି ନାୟିକା ଆସିପାରନ୍ତି ନଜର !

25

ସଂଜୟ ଲୀଲା ଭଂସାଲୀ ଚଳିତ ବର୍ଷ ୨୦୧୮ରେ ଆରମ୍ଭ ରଣବୀର ସିଂ, ଦୀପିକା ପାଦୂକୋନ ଏବଂ ଶାହିଦ କପୂରଙ୍କ ସହ ‘ପଦ୍ମାବତ’ଭଳି ଫିଲ୍ମ ଦେଇଥିଲେ । ଏହି ଫିଲ୍ମରେ ବକ୍ସ ଅଫିସରେ ଧମାକାଦାର ବ୍ୟବସାୟ ମଧ୍ୟ ହୋଇଥିଲା ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା ।
‘ପଦ୍ମାବତ’ପରେ ଲଗାତାର ଏଭଳି ଖବର ଶୁଣିବାକୁ ମିଳିଛି ଯେ ସଂଜୟ ଲୀଲା ଭଂସାଲୀ ତାଙ୍କ ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଲାଗିଛନ୍ତି, ଯାହାର ଘୋଷଣା ସେ ଖୁବ ଶୀଘ୍ର କରିବେ । ମାତ୍ର ଏପର୍ଯ୍ୟନ୍ତ ସଂଜୟ ଲୀଲା ଭଂସାଲୀଙ୍କ ତରଫରୁ କୌଣସି ଖବର ଶୁଣିବାକୁ ମିଳିନାହିଁ ।

ଯଦି ବଲିଉଡ ଖବର ମାନାଯାଏ ତେବେ ସଂଜୟଙ୍କ ଆଗାମୀ ଫିଲ୍ମ ଗଙ୍ଗୁବାଇ କୋଠେବାଲୀ ନାମକ ଫିଲ୍ମ ଏକ ମହିଳା ଡନ ଉପରେ ଆଧାରିତ । ଏହି ବିଷୟରେ ପ୍ରିୟଙ୍କା ଚୋପ୍ରାଙ୍କ ସହ କଥାବାର୍ତ୍ତା ହୋଇଛି । ମାତ୍ର ପ୍ରିୟଙ୍କା ସ୍କ୍ରିପ୍ଟ ପୂରା ହେବାରେ ଅପେକ୍ଷାରେ ଅଛନ୍ତି । ଏହାପରେ ଯାଇ ସେ ସାଇନ କରିବେ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଫିଲ୍ମର ନାଁ ସଂଜୟ ଲୀଲା ଭଂସାଲୀ ଫାଇନାଲ କରି ସାରିଛନ୍ତି । ଏହି ଫିଲ୍ମର ନାଁ ରହିବ ‘ହୀରା ମଣ୍ଡି’ ।
ଏଠାରେ ଆମେ କହି ରଖୁୁଛୁ ଯେ ଏହି ଫିଲ୍ମରେ ‘ଗଙ୍ଗୁବାଇ କୋଠେବାଲୀ’ ଏବଂ ମ୍ୟାଡମ କମାଠୀ ପୂରାଙ୍କ ଜୀବନୀ ଏଠାରେ ପ୍ର୍ରସାରଣ କରାଯିବ, ଯିଏ କି ଅନେକ ବେଶ୍ୟାଳୟ ଚଳାଉଥିଲେ । ଆଜିର ସମାଜରେ କମାଠୀ ପୂରାରେ ରହୁଥିବା ମହିଳା ପୂଜା ପାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More