Only for Entertainment

ଏହି ସୁପରହିଟ ତାମିଲ ଫିଲ୍ମର ହିନ୍ଦୀ ରିମେକ କରିବେ ସଞ୍ଜୟ ଲୀଳା ଭଂସାଲୀ, ଜାଣନ୍ତୁ ଲିଡ୍ ରୋଲରେ କିଏ ଆସିବେ ନଜର ।

DNA India
0 47

ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭଂସାଲୀ ତାମିଲର ସୁପରହିଟ ଫିଲ୍ମ ‘କଥଥି’ର ହିନ୍ଦୀ ରିମେକ କରିବେ । ଫିଲ୍ମ ନିର୍ମାତା ଏ ଆର ମଧୁଙ୍କ ଫିଲ୍ମ ‘କଥଥି’କୁ ୨୦୧୪ ମସିହାରେ ରିଲିଜ କରାଯାଇଥିଲା । ତେବେ ପୂର୍ବରୁ ଫିଲ୍ମ ରାଉଡି ରାଠୋର, ଗବୋର ଇଜ ବ୍ୟାକ ପରି ରିମେକ ଫିଲ୍ମ କରି ସଫଳତା ପାଇଥିବା ଫିଲ୍ମ ନିର୍ମାତା ସଞ୍ଜୟଙ୍କୁ ଏବେ ପୁଣି ଆଉ ଏକ ସୁଯୋଗ ମିଳିଛି ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର କିମ୍ବା ରଣବୀର ସିଂ ଅଭିନୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତାମିଲ ଭାଷାରେ ତିଆରି ହୋଇଥିବା ଫିଲ୍ମଟି ବ୍ୟବସାୟିକ ଦୃଷ୍ଟିରେ ଖୁବ ସଫଳତା ପାଇଥିଲା । ମୁଖ୍ୟ ଭୂମିକାରେ ବିଜୟ ଓ ସାମନ୍ଥା ନଜର ଆସିଥିଲେ । ଏହି ବର୍ଷ ଫିଲ୍ମଟି ତେଲୁଗୁ ଭାଷାରେ ମଧ୍ୟ ରିମେକ ହୋଇସାରିଛି । ଏହି ଫିଲ୍ମରେ ଅଭିନୟ କରି ଚିରଞ୍ଜୀବ ନିଜର କମାଲ ଦେଖେଇସାରିଛନ୍ତି । ହିନ୍ଦୀ ଭାଷାରେ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ରିଲିଜ ପରେ ଜଣା ପଡିବ ।

କହିରଖୁଛୁ ଯେ ଶେଷଥର ପାଇଁ ସଂଜୟ ଲୀଲା ଭଂସାଲୀ ପଦ୍ମାବତରେ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମକୁ ଅନେକ ବିରୋଧ ପରେ ମଧ୍ୟ ଏହା ବକ୍ସ ଅଫିସରେ ଧମାଲ କରିଥିଲା । ଫିଲ୍ମଟି ୩୦୦ କୋଟି ଆୟ କରି ରେକର୍ଡ କରିଥିଲା । ଏହି ଫିଲ୍ମରେ ଦୀପିକା ପାଦୁକୋନ, ରଣବୀର ସିଂ ଏବଂ ଶାହିଦ କପୁର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More