Only for Entertainment

ଆମିର ଅଲୀ ଏବଂ ସଂଜିଦା ଶେଖଙ୍କ ବିବାହିତ ଜୀବନରେ ଫାଟ, ଭାଙ୍ଗିପାରେ ସମ୍ପର୍କ !

88

ଟିଭି ଦୁନିଆର ପ୍ରସିଦ୍ଧ ଯୋଡି ସଂଜିଦା ଶେଖ ଏବଂ ଆମୀର ଅଲୀଙ୍କ ସମ୍ପର୍କରେ ଫାଟ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂତ୍ର ମୂତାବକ ଦୁହିଁଙ୍କ ମଧ୍ୟରେ କିଛି ଠିକଠାକ ଚାଲିନାହିଁ । ଦୁହେଁ ଅଲଗା ରହୁଛନ୍ତି । ସଂଜୀଦା ଏବଂ ଆମିର ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଯୋଡି କିନ୍ତୁ ଆଜିକାଲି ଦୁହିଁଙ୍କ ମଧ୍ୟରେ ମତାନ୍ତର ମନାନ୍ତର ଚାଲିଛି । ଏହି ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବା ଏହି ଯୋଡି ଅନେକ ଦିନ ହେବ କୌଣସି ଫଟୋ ପୋଷ୍ଟ କରୁନାହାନ୍ତି ।

ନିକଟରେ ଆମୀରଙ୍କୁ ସଂଜୀଦାଙ୍କ ବିଷୟରେ ପ୍ରଶ୍ନ ପଚରାଯିବାରୁ ସେ କୌଣସି ଉତ୍ତର ଦେଇନଥିଲେ । ସେ ଉତ୍ତରରେ କହିଥିଲେ ଯେ ଆପଣ କେଉଁ ବିଷୟରେ କହୁଛନ୍ତି ମୋତେ ଜଣାନାହିଁ । ଏଠାରେ ଆମେ କହି ରଖୁଛୁ ଯେ ଆମୀର ୨୦ଡିସେମ୍ବର ୨୦୧୯ରେ ନିଜ ଇନଷ୍ଟାଗ୍ରାମରେ ସଂଜୀଦା ବର୍ଥଡେ ୱିଶ କରି ପୋଷ୍ଟ କରିଥିଲେ । ଏହାସହ ସେ ଏକ ସୁନ୍ଦର ମେସେଜ ମଧ୍ୟ ଲେଖିଥିଲେ । ଆମୀରଙ୍କ ପୋଷ୍ଟରେ ପତ୍ନୀ କେବଳ ଧନ୍ୟବାଦ ଲେଖିଥିଲେ । ସଂଜୀଦା ମଧ୍ୟ ସେହିଭଳି ତାଙ୍କୁ ସେପ୍ଟମ୍ବରରେ ବର୍ଥଡେ ୱିଶ କରିଥିଲେ ।

 

View this post on Instagram

 

Happy bday love.. Ull always be a part of me n in my heart always.. stay happy n blessed.. #happybirthday 😘🤗

A post shared by Aamir Ali (@aamirali) on

ଆମୀର ଏବଂ ସଂଜୀଦା ଶେଖଙ୍କ ମଧ୍ୟରେ ହୋଇଥିବା ମତାନ୍ତର ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ଖବର ସାମ୍ନାକୁ ଆସିନାହିଁ । କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଦୁହେଁ ୨୦୧୨ରେ ବିବାହ କରିଥିଲେ, ସବୁବେଳେ ସବୁ ଜାଗାରେ ଦୁହେଁ ଏକାଠି ନଜର ଆସନ୍ତି । ନଚ ବଲିୟେ’ରେ ମଧ୍ୟ ଦୁହେଁ ଏକାଠି ଭାଗ ନେଇଥିଲେ । ସିଜନ ୩ରେ ଦୁହେଁ ଶେଶ’ ଜିତିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More