Only for Entertainment

‘ସଂଜୀବନୀ’ର ଟିଜର ରିଲିଜ । ପୁରୁଣା ସ୍ମୃତି ତାଜା କରିଦେବେ ମୋହନିଶ ଏବଂ ଚନ୍ଦନା

aajtak
66

ଏହି କଥାରେ କୌଣସି ସନ୍ଦେହ ନାହିଁଯେ ସଂଜୀବନୀ ଭାରତୀୟ ଟିଭିର ସବୁଠାରୁ ପ୍ରିୟ ମେଡିକଲ ଡ୍ରାମା ଶୋ । ତେଣୁ ଏବେ ଏହି ଶୋ’ର ଦ୍ୱିତୀୟ ସିଜନ ଯେତେବେଳେ ଘୋଷଣା ହେଲା ଫ୍ୟାନ୍ସଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଗଲା । ୨୦୦୨ରେ ଆସିଥିବା ଏହି ଧାରାବାହିକର ଦ୍ୱିତୀୟ ପାର୍ଟ ୧୭ ବର୍ଷ ପରେ ପୁଣିଥରେ ଟିଭି ପରଦାରେ ଦେଖାଯିବ । ଏହାର ପ୍ରଯୋଜକ ହେଉଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ସବୁଠାରୁ ଖାସ କଥା ହେଉଛି ପୂର୍ବ ସିଜନର ମୋହନିଶ ବହଲ ଏବଂ ଗୁରଦୀପ କୋହଲି ଏହି ସିଜନରେ ମଧ୍ୟ ନଜର ଆସିବେ । ଏମାନଙ୍କ ବ୍ୟତୀତ ସୁରଭି ଚନ୍ଦନା, ନମିତ ଖନ୍ନା ଏବଂ ସାୟନ୍ତନୀ ଘୋଷ ମଧ୍ୟ ନଜର ଆସିବେ ।

 

ବିଶ୍ୱ ଡାକ୍ତର ଦିବସରେ ଏହାର ପ୍ରଥମ ଲୁକ ସାମ୍ନାକୁ ଆସିଥିଲା ଏବଂ ଏବେ ଏହାର ପ୍ରଥମ ଟିଜର ସାମ୍ନାକୁ ଆସିଛି । ଏହି ଟିଜରକୁ ଦେଖି ପୁରୁଣା ଦିନ ପୁଣିଥରେ ଆପଣଙ୍କୁ ମନେ ପଡ଼ିଯିବ । ବ୍ୟାକଗ୍ରାଉଣ୍ଡରେ ସଂଜୀବନୀର ଟ୍ୟୁନ ଶୁଣିବାକୁ ମିଳିଛି ।

ଭିଡ଼ିଓକୁ ନିର୍ମାତା ଶେୟାର କରି ଲେଖିଛନ୍ତି ଆମ ଡାକ୍ତର ଆପଣଙ୍କ ହୃଦୟ ନିକଟରେ ପହଂଚିଯିବାକୁ ପ୍ରସ୍ତୁତ । କେବଳ ଷ୍ଟାରପ୍ଲସରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More