Only for Entertainment

୧.୫ ଲକ୍ଷ ଦେଇ ଦିଆ ମିର୍ଜା କିଣିଲେ ଏକ ପୋଷ୍ଟର, ସଂଜୟ ଦତ୍ତଙ୍କୁ ଦେବେ ଉପହାର

zee news
0 31

ଫିଲ୍ମ ‘ସଂଜୁ’କୁ ନେଇ ବଲିଉଡରେ ଏବେ ଖୁବ ଚର୍ଚ୍ଚା । ଫିଲ୍ମରେ ରଣବୀର କପୁର ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ ସତ କିନ୍ତୁ ଫିଲ୍ମରେ ଅନେକ ନାୟିକାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଇତି ମଧ୍ୟରେ ଫିଲ୍ମରେ ରଣବୀରଙ୍କ ପତ୍ନୀ ଭୂମିକାରେ ନଜର ଆସିଥିବା ଦିୟା ମିର୍ଜା କଇଛନ୍ତି । ଦିଆ ମିର୍ଜା ଏକ ନିଲାମରୁ ଐତିହାସିକ ଫିଲ୍ମ ‘ମଦର ଇଣ୍ଡିଆ’ର ଅରିଜିନାଲ ପୋଷ୍ଟରକୁ ୧୪୫,୦୦୦ରେ କିଣିଛନ୍ତି । ଖବର ଅନୁସାରେ ଦିଆ ଏହି ପୋଷ୍ଟରକୁ ଅଭିନେତା ସଂଜୟ ଦତ୍ତଙ୍କୁ ଉପହାରରେ ଦେବାକୁ ଚାହାଁନ୍ତି ।
ଦିଆ ନିଲାମ ଘର ଓସିୟନ୍ସ ଦ୍ୱାରା ବ୍ୟଙ୍କକରେ ସମ୍ପର୍ଣ୍ଣ ହୋଇଥିବା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ (ଆଇଫା)ରେ ନିଲାମ ହୋଇଥିବା ଏହି ପୋଷ୍ଟକୁ କିଣିଛନ୍ତି । ୧୯୫୭ରେ ରିଲିଜ ହୋଇଥିବା ଫିଲ୍ମ ମଦର ଇଣ୍ଡିଆର ପୋଷ୍ଟରର ଅନେକ ଡିମାଣ୍ଡ ରହିଥିଲା କିନ୍ତୁ ଦିଆ ଏହା କିଣିବାରେ ସକ୍ଷମ ହୋଇଥିଲେ ।

 

Love this memory wall! And so proud to be a part of it @hirani.rajkumar ??❤️ #Sanju

A post shared by Dia Mirza (@diamirzaofficial) on

କହିରଖୁଛୁ ଯେ ୨୦୧୬ରେ ବିବାହ କରିବା ପରେ ଦିଆ ଫିଲ୍ମ ‘ସଂଜୁ’ ମାଧ୍ୟମରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମରେ ଦିଆ ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମ ୨୯ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More