Only for Entertainment

୧୧ବର୍ଷ ପରେ ରଣବିର ଖୋଲିଲେ ଏଭଳି ରାଜ, ଜାଣିଲେ ନିତୁ ଏବଂ ଋଷି କପୂର ଙ୍କ ପାଦ ତଳୁ ଖସିଯିବ ମାଟି ।

pinkvilla
0 97

ସଂଜୟ ଦତ୍ତଙ୍କ ବାୟୋପିକ ସଂଜୁ ବକ୍ସ ଅଫିସରେ ଖୁବ ଭଲ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ରାଜକୁମାର ହୀରାନି ଡ୍ରଗ୍ସ ଆଡିକ୍ସନରେ ଯୋଡି ହୋଇଥିବା କଷ୍ଟକୁ ବୁଝାଇବା ଲାଗି ଅନେକ ସମୟ ନେଇଛନ୍ତି । ଏକ ରିପୋର୍ଟ ମୁତାବିକ ସାକ୍ଷାତକାରରେ ସଂଜୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ରଣବୀର କପୁର କହିଛନ୍ତି କିଭଳି କଲେଜ ସମୟରେ ସେ ମଧ୍ୟ ଡ୍ରଗ୍ସ ନେଇଛନ୍ତି । ସେ ଯୁବାଙ୍କୁ ଏହାର ପ୍ରତିକ୍ରିୟା ବିଷୟରେ ଅନେକ ସୂଚନା ମଧ୍ୟ ଦେଇଥିଲେ ।
ରଣବୀର କହିଥିଲେ ଯେ ଯେତେବେଳେ ସେ କଲେଜରେ ଥିଲେ ଡ୍ରଗ୍ସ ନେବାକୁ ପ୍ରୟାସ କରିଥିଲେ ଏହାପରେ ଏହାର କୁପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିବାକୁ ଲାଗିଥିଲା । କିନ୍ତୁ ସେ ପରେ ଅନୁତାପ କରିଥିଲେ ଯେ ଯଦି ଏଭଳି ସେ ଡ୍ରଗ୍ସର ଅଭ୍ୟସ୍ତ ହୋଇଯାଆନ୍ତି ତେବେ ଜୀବନରେ ଆଉ କିଛି ରହିବ ନାହିଁ । ଯେତେବେଳେ ସେ ଫିଲ୍ମରେ ଏହି ଭୂମିକା ତୁଲାଇଥିଲେ ତାଙ୍କୁ ଅନେକ ରିସର୍ଚ ମଧ୍ୟ କରିବାକୁ ପଡିଥିଲା ।
ଏହି ଫିଲ୍ମ ସେହି ପିଲା ଏବଂ ଯୁବାମାନଙ୍କ ପାଇଁ ଅଟେ ଯେଉଁମାନେ ୫ମିନିଟର ମଜା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନ ବରବାଦ କରିଦେଉଛନ୍ତି । ଏହା ଦୁନିଆର ସବୁଠାରୁ ଖରାପ ଜିନିଷ ଅଟେ । ସଂଜୟ ଦତ୍ତ ଜଣେ ମଜଭୂତ ଫାଇଟର ଥିଲେ ଯିଏ ଏହି ସମସ୍ୟାରୁ ବାହାରି ଏକ ଷ୍ଟାର ହୋଇପାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More