Only for Entertainment

ବାୟୋପିକରେ ସଂଜୁଙ୍କ ସହିତ ନଜର ଆସିବେ ରିଅଲ ସଂଜୟ ଦତ୍ତ ।

news18
0 50

ୟଶରାଜର ଆଗାମୀ ଫିଲ୍ମରେ ଦୁଇ ଦୁଇଟି ସଂଜୟ ଦତ୍ତ ଏକା ସାଙ୍ଗରେ ନଜର ଆସିବେ । କିନ୍ତୁ ଏହା ଡବଲ ରୋଲ ନୁହେଁ । ଆଜି ପର୍ଯ୍ୟନ୍ତ ସଂଜୟ ଦତ୍ତ ୟଶରାଜ ଫିଲ୍ମ ସହିତ କେବେ ମଧ୍ୟ କାମ କରିନାହାଁନ୍ତି । ଯଦି ସେ ଏହି ଫିଲ୍ମ ପାଇଁ ହଁ କରିବେ ତେବେ ଏହା ଦର୍ଶକଙ୍କ ପାଇଁ ଏକ ଶୁଭ ଖବର ହେବ ।

ମିଡିଆ ରିପୋର୍ଟ ଅନୁସାରେ ୟଶରାଜଙ୍କ ଆଗାମୀ ଫିଲ୍ମରେ ରଣବୀର କପୁରଙ୍କୁ କାଷ୍ଟ କରାଯିବ । ଏହା ପୂର୍ବରୁ ରଣବୀର ୟଶରାଜଙ୍କ ବ୍ୟାନରରେ ପ୍ରସ୍ତୁତ ବଚନା ଏ ହସିନୋ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଏହି ପ୍ରଡକ୍ସନ ହାଉସ ସହିତ ରଣବୀରଙ୍କ ଏହା ୨ୟ ଫିଲ୍ମ ।

ରଣବୀର ଏବେ ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମରେ ଅଭିନୟ କରୁଛନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୁଟିଂ ପ୍ରାୟତଃ ଶେଷ ହେବା ଉପରେ ଅଛି । କୁହାଯାଉଛିଯେ ଏହି ଫିଲ୍ମରେ ରଣବୀରଙ୍କ ଅଭିନୟ ଅନ୍ୟ କଳାକାରଙ୍କ ସମେତ ସଂଜୟଙ୍କୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ସେ ରଣବୀରଙ୍କ ସହିତ ଅଭିନୟ କରିବା ପାଇଁ ଇଛା କରିଛନ୍ତି ।
ୟଶରାଜଙ୍କ ଆଗାମୀ ଫିଲ୍ମରେ ରରବୀରଙ୍କ ସହିତ ସଂଜୟ ଦତ୍ତ ନଜର ଆସିପାରନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ନିଷ୍ପତ୍ତି ସରିନାହିଁ । କିନ୍ତୁ ପ୍ରାୟ ଦୁଇଜଣ ଏକା ସାଙ୍ଗରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More