Only for Entertainment

ବକ୍ସ ଅଫିସରେ ‘ସଂଜୁ’ର ବାଜିମାତ୍ ୧୦ ଦିନରେ ରୋଜଗାର୍ କଲା ୨୫୦ କୋଟି

youtube
0 32

ଗତ ଜୁନ୍ ୨୯ ତାରିଖରେ ପରଦାକୁ ଆସିଥିବା ରଣବିର୍ କପୁରଙ୍କ ଫିଲ୍ମ ସଂଜୁ ବକ୍ସଅଫିସ୍ରେ ନିଜ ପ୍ରଦର୍ଶନ ଜାରି ରଖିଛି । ୧୦ ଦିନ ପରେ ବି ଥିଏଟର୍ ଗୁଡିକରେ ପୂର୍ଣ୍ଣ ପ୍ରେଖ୍ୟାଳୟ ସହ ପ୍ରସାରିତ ହେଉଛି ଏହି ସିନେମାଟି । ଆଉ ଯାହାର ପ୍ରଭାବ ବକ୍ସ ଅଫିସ୍ କଲେକ୍ସନ୍ରେ ଦେଖିବାକୁ ମିଳିଛି । ରଣବିର୍ କପୁର୍ଙ୍କ କ୍ୟାରିୟର୍ର ସବୁଠାରୁ ସଫଳ ସିନେମା ହୋଇ ପାରିଛି ସଂଜୁ ।

ଆଉ ବଲିଉଡ୍ରେ ରେକର୍ଡ ଉପରେ ରେକର୍ଡ ବନାଇବାରେ ଲାଗିଛି ଏହି ସିନେମାଟି । ଇଣ୍ଡିଆ ବିଜ୍ର ଏକ ରିପୋର୍ଟ ଅନୁସାରେ ବ୍ଲକବଷ୍ଟର୍ ହେବାରେ ସଫଳ ହୋଇଛି ‘ସଂଜୁ’ । ଏହି ସିନେମାଟି ପ୍ରଥମ ୩ ଦିନରେ ୧୦୦କୋଟି, ୫ ଦିନରେ ୧୫୦ କୋଟି, ୭ ଦିନରେ ୨୦୦ କୋଟି ଏବଂ ୧୦ ଦିନରେ ୨୫୦ କୋଟିର ବେଂଚ୍ମାର୍କ କ୍ରସ୍ କରିବାରେ ସଫଳ ହୋଇଛି । ଏହାସହ ୩୦୦ କୋଟିର ବେଂଚମାର୍କ ଆଡକୁ ଆଗେଇ ଚାଲିଛି ସିନେମାଟି । ରାଜକୁମାର୍ ହିରାନୀଙ୍କ ଏହି ସିନେମାଟି ଦ୍ୱିତୀୟ ସପ୍ତାହରେ ଶୁକ୍ରବାର ୧୨.୯୦ କୋଟି, ଶନିବାର ୨୨.୦୨ କୋଟି ଏବଂ ରବିବାର ୨୮.୦୫ କୋଟି ରୋଜାଗାର କରିଛି । ଆଉ ୧୦ ଦିନରେ ଏହି ସିନେମାଟି ମୋଟ୍ ୨୬୫. ୪୮ କୋଟି ରୋଜଗାର କରିଛି । ରାଜକୁମାର୍ ହିରାନୀଙ୍କ ଏହି ସିନେମାଟି ପାଖାପାଖି ୧୦୦ କୋଟି ବଜେଟ୍ ବ୍ୟୟରେ ପ୍ରସ୍ତୁତ ହୋଇଛି । ଅଭିନେତା ସଂଜୟ ଦତଙ୍କ ଜୀବନୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଆଉ ୪ ଦିନ ଭିତରେ ସିନେମାଟି କେତେ ବ୍ୟବସାୟ କରିବ ତାହା ନିର୍ଦ୍ଧାରିତ କରିବ ‘ସଂଜୁ’ର ବକ୍ସଅଫିସ୍ କଲେକ୍ସନ୍ । କାରଣ ଚଳିତ ଶୁକ୍ରବାର ପରଦାକୁ ଆସୁଛି ବାଓପିକ୍ ସୁରମା ଏବଂ ହଲିଉଡ୍ ମୁଭି ଆଂଟ୍ମ୍ୟାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More