Only for Entertainment

ବାହୁବଳୀକୁ ପଛରେ ପକାଇ ରେକର୍ଡ଼ ଭାଙ୍ଗିଲା ରାଜକୁମାର ହିରାନୀଙ୍କ ସଂଜୁ ।

khabar NDTV
0 89

ସଂଜୁ ଫିଲ୍ମକୁ ନେଇ ଦେଶସାରା ଚର୍ଚ୍ଚା ଚାଲିଛି । ସଂଜୁ ସମସ୍ତ ରେକର୍ଡ଼କୁ ଭାଙ୍ଗି ସାରିଛି । ୨୦୧୮ ମଧ୍ୟରେ ରିଲିଜ ହୋଇଥିବା ସଂଜୁ ପୂର୍ବରୁ ରେକର୍ଡ଼ କରିଥିବା ଫିଲ୍ମକୁ ପଛରେ ପକାଇ ଦେଇଛି । ତେବେ ବକ୍ସ ଅଫିସରେ ସଂଜୁ ଏବେ ରେକର୍ଡ଼ ବ୍ରେକର ଭାବରେ ତାଜ ଜିତି ସାରିଛି ।

କଲେକ୍ସନ କ୍ଷେତ୍ରରେ ସଂଜୁ ରେକର୍ଡ଼ ଭାଙ୍ଗି ବିଜୟର ତାଜ ପିନ୍ଧିଥିବା ବାହୁବଳୀକୁ ମଧ୍ୟ ପଛରେ ପକାଇଛି । ଏହା ସହିତ ପଦ୍ମାବତ,ରେସ ଥି ଓ ବାଘୀ ଟୁ ଭଳି ଫିଲ୍ମକୁ ପଛରେ ପକାଇ ଅନେକ ଆଗକୁ ମାଡ଼ିଯାଇଛି । ଓପନିଙ୍ଗ ୱିକେଣ୍ଡରେ ୧୨୦ କୋଟିର ଇନକମ କରି ଇତିହାସ ରଚି ସାରିଛି ରାଜକୁମାର ହିରାନୀଙ୍କ ସଂଜୁ । କିନ୍ତୁ ସବୁଠାରୁ ଖାସ କଥା ହେଉଛି ବକ୍ସ ଅଫିସରେ ଅମୀର ଏବଂ ସଲମାନଙ୍କ ଭଳି ବାଦଶାହଙ୍କୁ ଟକ୍କର ଦେଇଛନ୍ତି ।

ସଂଜୁ ପ୍ରଥମ ଦିନରେ ୩୪ କୋଟି ରୋଜଗାର କରିଥିଲା । ଦ୍ୱତୀୟ ଦିନରେ ୧୫ ପ୍ରତିଶତ ବଢିଥିଲା,ଯାହା ୩୮.୬୦ କୋଟି ଥିଲା । ଫିଲ୍ମ ଖୁବଶୀଘ୍ର ୨୦୦ କୋଟି କ୍ଲବରେ ପହଂଚିଯିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More