Only for Entertainment

ରିଲିଜ ହେଲା ‘ସଂଜୁ’ର ସରପ୍ରାଇଜ ସଙ୍ଗ ‘ଭୋପୁ ବଜ ରହା ହେ’, ଗୀତରେ ଦେଖବାକୁ ମିଳିଲା ରଣବୀରଙ୍କ ଜବରଦସ୍ତ ଡ୍ୟାନ୍ସ ।

zee news
0 44

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ ୨୯ ଜୁନରେ ରିଲିଜ ହୋଇସାରିଛି । ପ୍ରଥମ ଦିନରୁ ହିଁ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟିର ବ୍ୟବସାୟ କରି ଅନେକ ରେକର୍ଡ ନିଜ ନାମରେ କରିଛି । ଫିଲ୍ମ ରିଲି୍ଜ ହେବାର ୩ ସପ୍ତାହ ପରେ ଫିଲ୍ମ ମେକର୍ସ ଫିଲ୍ମର ଏକ ଗୀତକୁ ରିଲିଜ କରିଛନ୍ତି । ଏହି ନୂଆ ଗୀତ ‘ଭୋପୁ ବଜ ରାହା ହେ’ରେ ରଣବୀର କପୁର ଅବିକଳ ସଂଜୟ ଦତ୍ତଙ୍କ ପରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରଣବୀରଙ୍କ ବ୍ୟତିତ ଗୀତରେ କରିଶ୍ମା ତନ୍ନା ଏବଂ ଭିକି କୌଶଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ରାଜ କୁମାର ହିରାନୀ ନିଜ ଟ୍ୱିଟ ପେଜରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ଗୀତକୁ ଶେଖର ଅସ୍ତିତ୍ୱ ଏବଂ ରୋହନ ଗୋଖଲେ ଲେଖିଥିବା ବେଳେ ନକ୍କାଶ ଅଜିଜ ଏହି ଗୀତରେ ଭଏସ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More