Only for Entertainment

ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ବିରି ଡାଲି କଚୋଡ଼ି

hungryforever.com
0 133

ଆବଶ୍ୟକୀୟ ସାମଗ୍ରୀ-
୧ କପ ମଇଦା,୧ କପ ଅଟା,ବେକିଂ ପାଉଡର,ଲୁଣ,ଘିଅ, ଆବଶ୍ୟକୀୟ ଜଳ ।
୧ କପ ବିରି ଡାଲି(୩ ରୁ ୪ ଘଂଟା ଭିଜାଇ ରଖିଥିବେ),କଟା ଅଦା,କଂଚା ଲଙ୍କା,ଜିରା,ହଳଦୀ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ପାନ ମଧୁରୀ ଗୁଣ୍ଡ,ଆମଚୁର ଗୁଣ୍ଡ,ହେଙ୍ଗୁ ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ-
ଏକ ବାଉଲରେ ମଇଦା,ଅଟା,ବେକିଂ ପାଉଡର ଓ ଲୁଣ ପକାନ୍ତୁ । ଏହାପରେ ୩ ଚାମଚ ଘିଅ ପକାନ୍ତୁ । ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହାପରେ ଜଳ ପକାଇ ମିଶାନ୍ତୁ ଓ ଗୁଳା ପ୍ରସ୍ତୁତ କରନ୍ତୁ । ଏହାପରେ ବିରିକୁ ଗ୍ରାଇଣ୍ଡିଂ କରନ୍ତୁ । ଏକ ପ୍ୟାନ ବସାନ୍ତୁ । ଗରମ ହେବା ପରେ ଘିଅ ପକାନ୍ତୁ ଓ ପରେ ଜିରା ପକାନ୍ତୁ । ପରେ କଟା ଅଦା ଓ କଂଚା ଲଙ୍କା ପକାନ୍ତୁ । ବାସô୍ା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅନ୍ୟ ସମସ୍ତ ମସଲା ପକାନ୍ତୁ ଓ ଶେଷରେ ବିରି ବଟା ପକାନ୍ତୁ । ଲୁଣ ସ୍ୱାଦନୁସାରେ ପକାନ୍ତୁ । ଏହାକୁ କମ ଆଂଚରେ ବସାନ୍ତୁ କିନ୍ତୁ ମିଶ୍ରଣକୁ ମୋଟା ରଖିବେ । ଏହାପରେ ଥଣ୍ଡା ହେବାକୁ ଦିଅନ୍ତୁ । ପୂର୍ବରୁ ରଖିଥିବା ଡଫକୁ ଛୋଟ ଛୋଟ କରି ଗୁଳା କରନ୍ତୁ ଓ ବେଲନ୍ତୁ ଓ ପରେ ସେଥିରେ ବିରି ଡାଲି ମିଶ୍ରଣକୁ ରଖି ଭଲ ଭାବେର ଚତୁଃପାଶ୍ୱର୍ ବନ୍ଦ କରି ବେଲନ୍ତୁ ଓ ତେଲ ଗରମ କରି ଛାଣନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More